ଭୁବନେଶ୍ୱର,୪। ୮(ବ୍ୟୁରୋ): ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡ଼ିକ କରୋନା ନିୟମ ମାନୁନାହାନ୍ତି। ଗହଳି ବଢୁଛି। ଏହାକୁ ଦେଖି ରାଜ୍ୟ ସରକାର ହୋଟେଲ ଏବଂ ରେଷ୍ଟୁରାଣ୍ଟ ପାଇଁ ଥିବା ଗାଇଡ୍ଲାଇନରେ ସଂଶୋଧନ କରିଛନ୍ତି। ଏ ନେଇ ସୋମବାର ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ତଦନୁଯାୟୀ ହୋଟେଲଗୁଡ଼ିକର ରେଷ୍ଟୁରାଣ୍ଟ ନିଜର ଅତିଥିମାନଙ୍କ ପାଇଁ ଖୋଲା ରହିବ। ତେବେ କର୍ମଚାରୀ ଓ ଅତିଥିମାନେ କେନ୍ଦ୍ର ଗାଇଡ୍ଲାଇନକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି। ଏଥିସହିତ ରେଷ୍ଟୁରାଣ୍ଟ, ହୋଟେଲ, ଜାତୀୟ ରାଜପଥ କଡ଼ରେ ଥିବା ରେଷ୍ଟୁରାଣ୍ଟଗୁଡ଼ିକ ପାର୍ସଲ, ହୋମ୍ ଡେଲିଭରି ଦେବାକୁ ଅନୁମତି ଦିଆଯାଇଛି। ରେଷ୍ଟୁରାଣ୍ଟ କର୍ମଚାରୀ ଅତିକମ୍ରେ ୬ ଫୁଟ ଦୂରତା ଅବଲମ୍ବନ କରିବା ସହ ମୁହଁରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ମଙ୍ଗଳବାରଠାରୁ ସଂଶୋଧିତ ଗାଇଡ୍ଲାଇନ୍ ଲାଗୁ ହେବ।