ସ୍କୁଲ ପିଲାଙ୍କ ପାଇଁ ଆସିଲା ନୂଆ ଗାଇଡ୍‌ଲାଇନ୍‌: କମିବ ବସ୍ତାନୀ ବୋଝ

ଭୁବନେଶ୍ୱର,୧୪।୧୨: ସ୍କୁଲ ପିଲାଙ୍କ ପାଇଁ ନୂଆ ଗାଇଡ୍‌ଲାଇନ୍‌ ଆଣିଛନ୍ତି କେନ୍ଦ୍ର ସରକାର। ଏହି ଗାଇଡ୍‌ଲାଇନ୍‌ ଅନୁସାରେ ପିଲାଙ୍କ ବହି ବ୍ୟାଗ ବୋଝ କମିବ। ପିଲାଙ୍କ ଓଜନ ଠାରୁ ବହି ବ୍ୟାଗ୍ର ଓଜନ ୧ାଲି ପ୍ରତିଶତରୁ କମ ରହିବ। ପ୍ରତି ତିନି ମାସରେ ଗୋଟିଏ ଦିନ ସମସ୍ତ ଛାତ୍ରଛାତ୍ରୀଙ୍କ ସ୍କୁଲ ବସ୍ତାନୀର ଓଜନ ଯାଞ୍ଚ କରାଯିବ। କେନ୍ଦ୍ର ସରକାର ସବୁ ରାଜ୍ୟକୁ ଚିଠି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ଯଦି ପିଲାର ଓଜନ ୨ାଚରୁୂ୦ାଚର୍ର କେଜି ହୋଇଥିବ ସେ ୨କେଜିି ଓଜନର ବହି ବସ୍ତାନୀ ଧରି ସ୍କୁଲ ଯିବେ। ଯଦି ଏହାଠାରୁ ଅଧିକ ଓଜନର ବସ୍ତାନୀ ଧରି ଛାତ୍ରୀଛାତ୍ର ସ୍କୁଲକୁ ଯା’ନ୍ତି, ତା’ହେଲେ ସ୍କୁଲ କର୍ତ୍ତୃପକ୍ଷ ଏନେଇ ଅଭିଭାବକଙ୍କୁ ଜଣାଇବେ। ୨୦୨୧-୨୨ ଶିକ୍ଷା ବର୍ଷରୁ ସମସ୍ତ ରାଜ୍ୟରେ ଏହି ନିୟମ ପାଳନ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ନୂଆ ଗାଇଡ୍‌ଲାଇନ୍‌ ଅନୁଯାୟୀ, ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ଛାତ୍ରୀଛାତ୍ର କ୍ଲାସ ୱାର୍କ ପାଇଁ ଗୋଟିଏ ନୋଟ ବୁକ ବ୍ୟବହାର କରିବେ। ସେହିପରି ଦ୍ୱିତୀୟରୁ ପଞ୍ଚମ ଶ୍ରେଣୀ ପାଠ ପଢୁଥିବା ଛାତ୍ରୀଛାତ୍ର ୨ଟି ନୋଟ ବୁକ ବ୍ୟବହାର କରିବେ। ଗୋଟିଏ ନୋଟ ବୁକ ସ୍କୁଲରେ ରହିବ। ଆଉ ଗୋଟିଏ ପିଲାଙ୍କ ବହି ବସ୍ତାନୀରେ ରହିବ। ଦ୍ୱିତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ହୋମୱାର୍କ ଦିଆଯିବନି। ତୃତୀୟରୁ ପଞ୍ଚମ ଶ୍ରେଣୀ ପିଲାଙ୍କୁ ୨ ଘଣ୍ଟାର ହୋମୱାର୍କ ଦିଆଯିବ।

Share