Categories: ଜାତୀୟ

ଶିକ୍ଷକଙ୍କ ପାଇଁ ନୂଆ ଗାଇଡ୍‌ ଲାଇନ୍‌, ଏବେ ଦେବାକୁ ପଡିବ ସମ୍ପତ୍ତି ତାଲିକା

ନୂଆଦିଲ୍ଲୀ,୧୯।୬: ଶିକ୍ଷକଙ୍କ ପାଇଁ ଜାରି ହୋଇଛି ନୂଆ ଗାଇଡ୍‌ ଲାଇନ। ଏବେ ଦେବାକୁ ପଡ଼ିବ ନିଜର ଗୋଟି ଗୋଟି ସମ୍ପତ୍ତିର ତାଲିକା। ଏନେଇ ଶିକ୍ଷା ବିଭାଗ ଏକ ନିର୍ଦ୍ଦେଶ ଜାରି କରିଛି। ମାଧ୍ୟମିକ ଶିକ୍ଷକଙ୍କୁ ଏବେ ପଦୋନ୍ନତି ସେତେବେଳେ ମିଳିବ ଯେତେବେଳେ ସେ ନିଜ ସମ୍ପତ୍ତିର ସମସ୍ତ ବିବରଣୀ ସାର୍ବଜନୀନ କରିବେ। ସେମାନେ ତାଙ୍କର ଚଳ ଓ ଅଚଳ ସମ୍ପତ୍ତିର ସମସ୍ତ ବିବରଣୀ ସରକାରଙ୍କ ଦ୍ୱାରା ଏକ ପୋର୍ଟଲରେ ସାର୍ବଜନୀନ କରିବାକୁ ପଡିବ। ଜୁନ ୩୦ ସୁଦ୍ଧା ନିଜର ତାଲିକା ସାର୍ବଜନୀନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଶିକ୍ଷା ବିଭାଗ।

ସମ୍ପତ୍ତି ସାର୍ବଜନୀନ ନ କରିଥିବା ଶିକ୍ଷକଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଯଦି କେହି ନିଜ ସମ୍ପତ୍ତି ଘୋଷଣା ନ କରନ୍ତି ତେବେ ତାଙ୍କ ବିଷୟରେ କମିଟିରେ ଆଲୋଚନା ହେବା ସହ ତାଙ୍କ ପଦୋନ୍ନତିକୁ ରଦ୍ଦ କରାଯିବ। ଉତ୍ତର ପ୍ରଦେଶର ମାଧ୍ୟମିକ ଶିକ୍ଷା ପରିଷଦ ଏହି ସୂଚନା ଜାରି କରିଛି। ସମସ୍ତ ଶିକ୍ଷକଙ୍କୁ ଜୁନ ୩୦ ସୁଦ୍ଧା ସମ୍ପତ୍ତିର ସମସ୍ତ ବିବରଣୀ ମାନବ ସମ୍ପଦ ପୋଟାର୍ଲରେ ଦେବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

Share