ଇଣ୍ଡୋ-ୟୁଏସ୍‌ ବାଣିଜ୍ୟରେ ନୂଆ ଆଶା

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଭାବେ ବାଇଡେନଙ୍କ ବିଜୟକୁ ଭାରତୀୟ ଶିଳ୍ପ ଜଗତ ପକ୍ଷରୁ ସ୍ବାଗତ କରାଯାଇଛି। ବାଇଡେନଙ୍କ ନେତୃତ୍ୱ ଭାରତ-ଆମେରିକା ଅର୍ଥନୈତିକ ଏବଂ ବାଣିଜ୍ୟ ସମ୍ପର୍କକୁ ଏକ ନୂଆ ଦିଗ ପ୍ରଦାନ କରିବା ନେଇ ଆଶା କରାଯାଉଛି। ତାଙ୍କ ସମୟରେ ଭାରତ ସହ ଆମେରିକା ସମ୍ପର୍କ ଆହୁରି ମଜବୁତ ହେବ ବୋଲି କୁହାଯାଉଛି। ବାଇଡେନ ପ୍ରଶାସନଠାରୁ ସମସ୍ତ ପ୍ରକାର ସହଯୋଗ ଆଶା କରାଯାଉଥିବା ଭାରତୀୟ ଶିଳ୍ପ ମହାସଂଘ (ସିଆଆଇର) ମହାନିର୍ଦ୍ଦେଶକ ଚନ୍ଦ୍ରଜିତ ବାନାର୍ଜୀ କହିଛନ୍ତି। କରୋନା ଯୋଗୁ ବର୍ତ୍ତମାନ ସାରା ବିଶ୍ୱ ବଜାର ପ୍ରଭାବିତ ହୋଇ ରହିଛି। ଫଳରେ ଭାରତ- ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ୧୫୦ ବିଲିୟନ ଡଲାର ସ୍ତରକୁ ଖସିଆସିଛି। ବଜାରରେ ବର୍ତ୍ତମାନ ସୁଧାର ଆସୁଥିବା ବେଳେ ଆମେରିକାରେ ଅନୁକୂଳ ନୀତି ଯୋଗୁ ଆଗାମୀ ଦିନରେ ୨ ଦେଶ ମଧ୍ୟରେ ୫୦୦ ବିଲିୟନ ଡଲାରର ବାଣିଜ୍ୟ ଲକ୍ଷ୍ୟ ଦିଗରେ ଅଗ୍ରସର ହେବାକୁ ସିଆଇଆଇ ଗୁରୁତ୍ୱାରୋପ କରିଛି। ବାଇଡେନ ଏବଂ କମଲା ହାରିସ ଭାରତ ଲାଗି ଅନୁକୂଳ ନୀତି ଆଣିବେ ବୋଲି ଆଲୋଚନା ଜୋର ଧରିଛି। ସେହିଭଳି ଦ୍ୱିପାକ୍ଷିକ କାରବାର ବଢିବା ନେଇ ମଧ୍ୟ ବିଶେଷଜ୍ଞ ଆଶାବାଦୀ ରହିଛନ୍ତି।
ଆମେରିକା-ଭାରତ ବାଣିଜ୍ୟ ପରିଷଦ(ୟୁବିଆଇସି)ପକ୍ଷରୁ କୁହାଯାଇଛି ଯେ, ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ସମୟରେ ଭାରତ ସହ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ବଢ଼ାଇବା ଦିଗରେ ବାଇଡେନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ଏଣୁ ବାଇଡେନ ଏବଂ କମଲା ହାରିସଙ୍କ କାର୍ଯ୍ୟ ଦ୍ୱାରା ୨ ଦେଶର ଆର୍ଥତ୍କ ସହଭାଗିତା ପୂର୍ଣ୍ଣକ୍ଷମତା ହାସଲ କରିବ। ଗଣତାନ୍ତ୍ରିକ ପ୍ରକ୍ରିୟାରେ ପରିବର୍ତ୍ତନକୁ ବିଚାର କରି ଆମେରିକାବାସୀ ଭୋଟ ଦେଇଥିବା ଜେଏସ୍‌ଡବ୍ଲ୍ୟୁ ଗ୍ରୁପ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ ଟୁଇଟ ଯୋଗେ କହିଛନ୍ତି। ସେହିଭଳି ଜେଏସ୍‌ପିଏଲ୍‌ ଅଧ୍ୟକ୍ଷ ନବୀନ ଜିନ୍ଦଲ କହିଛନ୍ତି, ଭାରତ-ଆମେରିକା ବାଣିଜ୍ୟ ସମ୍ପର୍କ ଆହୁରି ମଜବୁତ ହୋଇପାରିବ। ଭାରତରେ ଅବସ୍ଥାପିତ ଆମେରିକାରେ ଏକ ବାଣିଜି୍ୟକ ସମୂହ ପକ୍ଷରୁ କୁହାଯାଇଛି, ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟରେ ଏକ ନୂଆ ଅଭିବୃଦ୍ଧି ଦେଖିବାକୁ ମିଳିବ। ଦ୍ୱିପାକ୍ଷିକ ବାଣିଜ୍ୟ କ୍ଷେତ୍ରରେ ବାଇଡେନଙ୍କର କିଛି ଦଶନ୍ଧିର ଅଭିଜ୍ଞତା ରହିଛି। ଭାରତ-ଆମେରିକା ବାଣିଜି୍ୟକ ପରିଷଦର ଅଧ୍ୟକ୍ଷ ନିଶା ଦେଶାଇ ବିଶ୍ୱାଳ କହିଛନ୍ତି, ବାଇଡେନଙ୍କ ନେତୃତ୍ୱରେ ଭାରତକୁ ଆମେରିକାର ସହଯୋଗରେ ବୃଦ୍ଧି ନେଇ ଆଶା ରହିଛି। ଦୁଇ ଦେଶ ମଧ୍ୟରେ ରଣନୈତିକ, ପ୍ରତିରକ୍ଷା ଏବଂ ଆର୍ଥତ୍କ ପ୍ରସଙ୍ଗ ସମେତ ଜଳବାୟୁ, ସ୍ବାସ୍ଥ୍ୟ, ଶିକ୍ଷା, ବିଜ୍ଞାନ ଏବଂ ଔଦ୍ୟୋଗିକ କ୍ଷେତ୍ରର ବିକାଶକୁ ଧ୍ୟାନରେ ରଖାଯିବ। ବିଶ୍ୱାଳ ବାରାକ ଓବାମା ପ୍ରଶାସନରେ ଦକ୍ଷିଣ ଏବଂ ମଧ୍ୟ ଏସିଆର ଉପ ବିଦେଶ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି। ଭାରତ-ଆମେରିକା ବାଣିଜ୍ୟ ସମ୍ପର୍କକୁ ଆଗକୁ ବଢାଇବା ଦିଗରେ ତାଙ୍କର ଅଭିଜ୍ଞତା ରହିଛି।
ଏଚ୍‌-୧ବି ଭିଜା ସୀମା ବଢ଼ିପାରେ
ଏଚ୍‌-୧ବି ଭିଜା ସମେତ ଅନ୍ୟ ଉଚ୍ଚ କୁଶଳୀ ଭିଜାର ସୀମାକୁ ବାଇଡେନ ବଢାଇବା ନେଇ ଆଶା କରାଯାଉଛି। ସେହିଭଳି ବିଭିନ୍ନ ଦେଶ ଲାଗି ରହିଥିବା ରୋଜଗାର ଆଧାରିତ ଭିଜା କୋଟାକୁ ସମାପ୍ତ କରିବା ଦିଗରେ ମଧ୍ୟ ସେ ପଦକ୍ଷେପ ନେଇପାରନ୍ତି। ଏଭଳି ପଦକ୍ଷେପ ଆସିଲେ ଭାରତୀୟମାନେ ସବୁଠାରୁ ବେଶି ଲାଭବାନ ହେବେ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭିଜା କଟକଣା ଯୋଗୁ ଭାରତୀୟମାନେ ବେଶି ମାତ୍ରାରେ ପ୍ରଭାବିତ ହୋଇଛନ୍ତି। ଏ କ୍ଷେତ୍ରରେ ବର୍ତ୍ତମାନ ନୂଆ ଆଶା ଜନ୍ମିଛି। କମଲା ହାରିସ ଆମେରିକାର ନୂଆ ଉପରାଷ୍ଟ୍ରପତି ହେବେ। ଏଚ୍‌-୧ବି ଭିଜାଧାରୀଙ୍କ ଜୀବନସାଥୀଙ୍କ ଲାଗି ଓ୍ବାର୍କ ପରମିଟ ଭିଜା ରଦ୍ଦ କରିବା ନେଇ ପୂର୍ବର ଟ୍ରମ୍ପ ପ୍ରଶାସନ ନେଇଥିବା ନିଷ୍ପତ୍ତିକୁ ମଧ୍ୟ ବାଇଡେନ ପରିବର୍ତ୍ତନ କରିପାରନ୍ତି। ଏହା ହେଲେ ଭାରତୀୟଙ୍କ ଲାଗି ଖୁସି ଖବର ଆସିବ। ଟ୍ରମ୍ପଙ୍କ ଏଭଳି ପଦକ୍ଷେପ ଯୋଗୁ ଆମେରିକାରେ ରହୁଥିବା ଭାରତୀୟ ପରିବାରଗୁଡିକ କ୍ଷତିଗ୍ରସ୍ତ ହୋଇଛନ୍ତି। ସେହିଭଳି ୫ ଲକ୍ଷ ଭାରତୀୟଙ୍କୁ ଆମେରିକାରେ ନାଗରିକତ୍ୱ ପ୍ରଦାନ ଏବଂ ଗ୍ରୀନ କାର୍ଡ କୋଟା ଉଚ୍ଛେଦ ହୋଇପାରେ।
ଆଗାମୀ ଦିନରେ ଭାରତ-ଆମେରିକା ବାଣିଜି୍ୟକ ସମ୍ପର୍କ ଆହୁରି ଦୃଢ ହେବା ନେଇ ଆସୋସିଏଟେଡ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଅଫ୍‌ ଇଣ୍ଡିଆ(ଆସୋଚାମ) ପକ୍ଷରୁ ମତ ପ୍ରକାଶ ପାଇଛି। ବାଇଡେନ ଏବଂ ହାରିସଙ୍କ ନେତୃତ୍ୱରେ ଦୁଇ ଦେଶ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଲାଗି ମିଳିତ ହୋଇ କାମ କରିବେ ବୋଲି ଆସୋଚାମ ମହାସଚିବ
ଦୀପକ ସୁଦ କହିଛନ୍ତି। କରୋନା ମହାମାରୀ ବିରୋଧରେ ଲଢ଼ିବା ଲାଗି ମୋଦି-ବାଇଡେନ ମିଳିତ ହୋଇ କାମ କରିବେ ବୋଲି ସୁଦ ଆଶାବାଦୀ ରହିଛନ୍ତି। ୨ ଦେଶ ଭ୍ୟାକସିନ ବିକାଶ ତଥା ଅନ୍ୟ କାମ କ୍ଷେତ୍ରରେ କାମ କରିବାକୁ ଶିଳ୍ପସଂଘ ଆଶା ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ରେ ଅବସର ନେବାକୁ ଥିବା ପ୍ରାଇଭେଟ କର୍ମଚାରୀଙ୍କୁ ମିଳିବ ଏତିକି ଦରମା, ଏମିତି କରନ୍ତୁ ହିସାବ

ନୂଆଦିଲ୍ଲୀ,୧୫।୧୨:ପ୍ରାଇଭେଟ କ୍ଷେତ୍ରର କର୍ମଚାରୀମାନେ ପ୍ରାୟତଃ ସେମାନଙ୍କର ବାର୍ଦ୍ଧକ୍ୟ ସୁରକ୍ଷା ବିଷୟରେ ଚିନ୍ତିତ ଥାଆନ୍ତି। ତଥାପି, ଯଦି ଆପଣଙ୍କର PF କଟାଯାଏ, ତେବେ ନିରାଶ ହେବାର କୌଣସି...

ନଭେମ୍ବରରେ ଦ୍ୱିତୀୟ ମାସ ପାଇଁ ପାଇକାରୀ ମୁଦ୍ରାସ୍ଫୀତି ନକାରାତ୍ମକ

ନୂଆଦିଲ୍ଲୀ,୧୫।୧୨: ସରକାରୀ ତଥ୍ୟ ଅନୁଯାୟୀ, ନଭେମ୍ବର ୨୦୨୫ରେ ପାଇକାରୀ ମୂଲ୍ୟ ସୂଚକାଙ୍କ (WPI) ଭିତ୍ତିକ ମୁଦ୍ରାସ୍ଫୀତି ହାର କ୍ରମାଗତ ଦ୍ୱିତୀୟ ମାସ ପାଇଁ (-) ୦.୩୨...

BSNL ଆଣିଲା ଖୁସିଖବର: ଏଣିକି ଶସ୍ତାରେ ମିଳିବ ଇଣ୍ଟରନେଟ୍‌ ପ୍ଲାନ୍‌

ନୂଆଦିଲ୍ଲୀ,୧୫।୧୨: ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ନିରନ୍ତର ଭାବରେ ଏହାର ଉପଭୋକ୍ତାମାନଙ୍କୁ ସୁଲଭ ଯୋଜନା ପ୍ରଦାନ କରୁଛି। ଏହି ପରିପ୍ରେକ୍ଷୀରେ,...

Gold Silver Price: ୨୦ ବର୍ଷରେ ରେକର୍ଡ ଭାଙ୍ଗିଲା ରୂପା ଦର, ଆଜି ପୁଣି ବଢ଼ିଲା ସୁନା

ନୂଆଦିଲ୍ଲୀ,୧୫।୧୨: ଗତ କିଛି ଦିନ ଧରି ସୁନା ଏବଂ ରୂପା ମୂଲ୍ୟ ବୃଦ୍ଧି ପାଉଛି । ଯଦି ଦେଖାଯାଏ, ତେବେ ରୂପା ଦର ୧୨ହଜାରରୁ ୨...

SBI, HDFC ଏବଂ ICICI ବ୍ୟାଙ୍କକୁ ନେଇ RBI ଜାରି କଲା ବଡ଼ ଅପଡେଟ, ଆକାଉଣ୍‌ଟ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୧୩।୧୨:ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଘୋଷଣା କରିଛି ଯେ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI), HDFC ବ୍ୟାଙ୍କ ଏବଂ ICICI ବ୍ୟାଙ୍କ ଘରୋଇ ସିଷ୍ଟମଲିକାଲି ଇମ୍ପୋର୍ଟଣ୍ଟ...

ପ୍ରଥମ ଚାକିରିରୁ ଏହିଥିରେ କରନ୍ତୁ ନିବେଶ, ଯୁବପିଢିଙ୍କୁ ମିଳିବ ମୋଟା ଅଙ୍କର ଟଙ୍କା!

ନୂଆଦିଲ୍‌ଲୀ,୧୩।୧୨: ଆଜି ଆପଣ କରୁଥିବା ନିବେଶ କାଲି ଖରାପ ସମୟରେ ଆପଣଙ୍କର ସବୁଠାରୁ ଭଲ ବନ୍ଧୁ। ଏହି କାରଣରୁ ସମସ୍ତେ ସଞ୍ଚୟ ଏବଂ ନିବେଶକୁ ପ୍ରାଥମିକତା...

୨୦୦୦, ୩୦୦୦ ଓ ୫୦୦୦ ନିବେଶ କଲେ କେତେ ମିଳିବ ରିଟର୍ଣ୍ଣ? ଜାଣନ୍ତୁ ଏହି ଖାସ୍ ଯୋଜନାର ଲାଭ…

ପୋଷ୍ଟ ଅଫିସ୍ ଆରଡି ଯୋଜନା ଏକ ସୁରକ୍ଷିତ ଏବଂ ଆକର୍ଷଣୀୟ ନିବେଶ ବିକଳ୍ପ ଯେଉଁଥିରେ ଆପଣ ୬.୭% ସୁଧ ହାରରେ ଅଳ୍ପ ପରିମାଣରେ ନିବେଶ କରି...

Gold-Silver Price: କାହିଁକି ବଢୁଛି ସୁନା-ରୂପା ଦର? ସାମ୍ନାକୁ ଆସିଲା ପ୍ରକୃତ କାରଣ

ନୂଆଦିଲ୍ଲୀ ୧୧|୧୨: ସୁନା-ରୂପା ଦର ତଳମୁହାଁ ହେବାର ନାଁ ଧରୁନାହିଁ । ଗୋଟିଏ ପଟେ ସୁନାର ମୂଲ୍ୟ 1 ଲକ୍ଷ 20 ହଜାର ଟଙ୍କା ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri