Categories: ବାଣିଜ୍ୟ

ଓଡ଼ିଶା ବଜାରରେ ‘ଦି ନ୍ୟୁ ହ୍ୟୁଣ୍ଡାଇ କ୍ରେଟା’

ଭୁବନେଶ୍ୱର,୧୮।୧ (ଅଭୟ ଦାଶ): ହ୍ୟୁଣ୍ଡାଇ ମୋଟର ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଦି ନ୍ୟୁ ହ୍ୟୁଣ୍ଡାଇ କ୍ରେଟା’ର ସର୍ବଭାରତୀୟ ଉନ୍ମୋଚନ ଓ ବଜାର ପ୍ରବେଶ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ଉତ୍କଳ ହ୍ୟୁଣ୍ଡାଇ କଟକ ସିଡିଏ ପକ୍ଷରୁ ବୁଧବାର ଏକ ସ୍ବତନ୍ତ୍ର ଅନାବରଣ ଉତ୍ସବର ଆୟୋଜନ କରାଯାଇଥିଲା। ଏହି ଅବସରରେ ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଆଶାଦ ନିଜାମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଅନାବରଣ ସହ ବଜାର ପ୍ରବେଶ କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ବା ଏସ୍‌ବିଆଇ କଟକ ସିଟି ବ୍ରାଞ୍ଚର ବ୍ରାଞ୍ଚ ମ୍ୟାନେଜର (ଶାଖା ପରିଚାଳିକା) ଡି. ରମାୟାଙ୍କ ସମେତ ଉତ୍କଳ ହ୍ୟୁଣ୍ଡାଇର ସେଲ୍‌ସ ମ୍ୟାନେଜର ସୟଦ ଓମାନ ଫାରୁକ, ବିଡିଏମ ସେଲ୍‌ସ ଓ୍ବାସିମ ଅହମ୍ମଦ, ସିସିଏମ ଗାୟତ୍ରୀ ବାରିକଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ଦି ନ୍ୟୁ ହ୍ୟୁଣ୍ଡାଇ କ୍ରେଟାରେ ଅନେକ ଅତ୍ୟାଧୁନିକ ଫିଚର ସହ ହ୍ୟୁଣ୍ଡାଇ ସ୍ମାର୍ଟସେନ୍ସ-ଲେଭଲ-୨ ସହ ଆଡାସ୍‌ ସାମିଲ ରହିଛି।

 

Share