ନୂଆଦିଲ୍ଲୀ,୭ା୩: ପୂର୍ବ ଆନ୍ଧ୍ର ଏବଂ କର୍ପୋରେଶନ ବ୍ୟାଙ୍କ ଗୁଡିକର ଆଇଏଫଏସସି କୋଡର ପରିବର୍ତ୍ତନ କରାଯାଇଛି।୨୦୨୧ ଏପ୍ରିଲ ୧ରୁ ଏହି ୨ଟି ବ୍ୟାଙ୍କର ପୂର୍ବ ଆଇଏଫଏସସି ଆଉ ଚଳିବ ନାହିଁ ବୋଲି ଜଣାପଡିଛି। କେନ୍ଦ୍ର ସରକାରଙ୍କ ବ୍ୟାଙ୍କ ସମିଶ୍ରଣ ପ୍ରକ୍ରିୟାରେ ୟୁନିୟନ ବ୍ୟାଙ୍କ ସହିତ ଏହି ଦୁଇ ବ୍ୟାଙ୍କର ସମିଶ୍ରଣ କରଯାଇଥିଲା। ଫଳରେ ନୂଆ ନିୟମାବଳୀ ଅନୁସାରେ ବ୍ୟାଙ୍କ କାର୍ଯ୍ୟ ଜାରି ରହିବ। ଏହା ପୂର୍ବରୁ ଉକ୍ତ ୨ଟି ବ୍ୟାଙ୍କର ଖାତା ସଂଖ୍ୟା ପରିବର୍ତ୍ତନ କରାନଯାଇ ବ୍ୟାଙ୍କର ସମସ୍ତ କାର୍ଯ୍ୟ କରାଯାଇଥିଲା। ବର୍ତ୍ତମାନ ସମୟରେ ବିଭିନ୍ନ ଆଇଟି କାର୍ଯ୍ୟ ପାଇଁ ଅସୁବିଧା ହେବାରୁ ଉକ୍ତ ବ୍ୟାଙ୍କର ଆଇଏଫଏସସିର ପରିବର୍ତ୍ତନ କରାଯିବ ଫଳରେ ଗ୍ରାହକଙ୍କୁ ଉନ୍ନତ ସେବା ସହିତ ସଳର ବ୍ୟାଙ୍କିଙ୍ଗର ସୁବିଧା ଗ୍ରାହକମାନେ ପାଇ ପାରିବେ ବୋଲି ୟୁନିୟନ ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି।