ବରଗଡ଼ ଜିଲାର ୧୦ ଥାନାରେ ନୂତନ ଆଇଆଇସି

ବରଗଡ଼ ଅଫିସ୍‌,୧୨।୬: ବରଗଡ଼ ଜିଲାର ବିଭିନ୍ନ ଥାନାରେ କାର୍ଯ୍ୟରତ ଥାନା ଅଧିକାରୀ(ଆଇଆଇସି)ଙ୍କ ଜିଲା ବାହାରକୁ ବଦଳି ପରେ ସମ୍ପୃକ୍ତ ଥାନା ଗୁଡ଼ିକରେ ନୂତନ ଆଇଆଇସିଙ୍କୁ ଅବସ୍ଥାପିତ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଜିଲା ପୋଲିସ ମୁଖ୍ୟାଳୟରୁ ପ୍ରଶାନ୍ତ କୁମାର ସାମଲଙ୍କୁ ଗାଇସିଲେଟ, କଲ୍ୟାଣୀ ବେହେରାଙ୍କୁ ବିଜେପୁର, ମମତା ନାଏକଙ୍କୁ ପଦ୍ମପୁର, ଜୟରଶ୍ମୀ ସେଠୀଙ୍କୁ ବରପାଲି, ବିଭୁତି ଭୂଷଣ ଦଲେଇଙ୍କୁ ଭଟଲି ଥାନାରେ ଅବସ୍ଥାପିତ କରାଯାଇଛି ।
ସେହିପରି ସୁଚିସ୍ମତା ମହାନ୍ତିଙ୍କୁ ଝାରବନ୍ଧ, ବୁଲୁ ମୁଣ୍ଡାଙ୍କୁ ଅମ୍ବାଭୋନା, କ୍ରେସେନସିଆ ସାମାରିଆଙ୍କୁ ବରଗଡ଼ ଗ୍ରାମାଞ୍ଚଳ ଥାନା ଏବଂ ଗୀତିରଞ୍ଜନ ମହାପାତ୍ରଙ୍କୁ ଡିସିଆରବି ଇନ୍ସପେକ୍ଟରଭାବେ ଅବସ୍ଥାପିତ କରାଯାଇଛି । ତେବେ ଭେଡେନ ଥାନା ଆଇଆଇସି ସଙ୍ଗୀତା ମହାପାତ୍ରଙ୍କୁ ମେଲଛାମୁଣ୍ଡା ଥାନାକୁ ବଦଳି ହୋଇଥିବାବେଳେ ତାଙ୍କ ସ୍ଥାନରେ ଜିଲା ପୋଲିସ ମୁଖ୍ୟାଳୟର ପ୍ରେମଜିତ ଦାସଙ୍କୁ ଅବସ୍ଥାପିତ କରାଯାଇଛି । ପ୍ରକାଶଥାଉକି, ଏହା ପୂର୍ବରୁ ଅତାବିରା ଥାନାରେ ସୁକୁମାର ତ୍ରିପାଠୀ ଏବଂ ବରଗଡ଼ ସଦର ଥାନାରେ ମାନସ କୁମାର ଭୋଇ ଥାନା ଆଇଆଇସିଭାବେ ଅବସ୍ଥାପିତ ହୋଇ ସାରିଛନ୍ତି ।