ଦାରିଙ୍ଗବାଡି ଥାନାରେ ଯୋଗଦେଲେ ନୂତନ ଥାନା ଅଧିକାରୀ: ଗୋଟିଏ ବର୍ଷରେ ୩ ବଦଳି

ଦାରିଙ୍ଗବାଡି,୫ା୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନାରେ ନୂତନ ଆଇଆଇସି ଭାବେ କନକ କୁମାର ମାଝୀ ରବିବାର ସଂନ୍ଧ୍ୟାରେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ସେ ଫୁଲବାଣୀ ଟାଉନ ଥାନାରୁ ବଦଳି ହୋଇ ଦାରିଙ୍ଗବାଡି ଥାନାକୁ ଆସିଛନ୍ତି।

ଦାରିଙ୍ଗବାଡି ଥାନାରେ କାର୍ଯ୍ୟରତ ଆଇଆଇସି ଅଶୋକ କୁମାର ହାଁସଦାଙ୍କ କେ. ନୂଆଗାଁ ଥାନାକୁ ବଦଳି ହୋଇଛି। ସେ ଦାରିଙ୍ଗବାଡି ଥାନାରେ ପହଞ୍ଚିବା ପରେ ସବନ୍ସପେକ୍ଟର ଜୟନ୍ତ ସେଠିଙ୍କ ସମେତ ମହିଳା ସବନ୍ସପେକ୍ଟର ବାସନ୍ତି ବେହେରା, ଲଷ୍ମୀ ମାଝୀ, ଏଏସଆଇ ଅର୍ଜୁନ ଶବର, ଶ୍ରୀନିବାସ ରାଓ ଓ ଅନ୍ୟକର୍ମଚାରି ଉପସ୍ଥିତ ରହିଥିଲେ ନୂତନ ଆଇଆଇସିଙ୍କୁ ଥାନାର ସମସ୍ତ ଅଫିସର ଓ କର୍ମଚାରି ମାନେ ସ୍ୱାଗତ ସମ୍ବର୍ଦ୍ଦନା ଜଣାଇଥିଲେ।

ନୂତନ ଆଇଆଇସି ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତିକୁ ଗୁରୁତ୍ୱ ପ୍ରଦାନ ସହ ଟ୍ରାଫିକ ନିୟନ୍ତ୍ରଣ, ଅପରାଧିକ କାର୍ଯ୍ୟକୁ ରୋକିବା ଭଳି କାର୍ଯ୍ୟକୁ ଗୁରୁତ୍ୱ ଦେବା ସହ ସାମାଜିକ ସୁରକ୍ଷା ପ୍ରଦାନ ଦିଗରେ ସେ କାର୍ଯ୍ୟ କରିବେ ବୋଲି କହିଛନ୍ତି ସେ ଅଞ୍ଚଳର ସାଧାରଣ ଲୋକଙ୍କ ସହଯୋଗ ନିତ୍ୟାନ୍ତ ଆବଶ୍ୟକ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫାର୍ମପଣ୍ଡ ଖନନ ନାମରେ ଟଙ୍କା ଆତ୍ମସାତ୍‌ ଘଟଣା: ତଦନ୍ତର ୨ମାସ ବିତିଲା, କାର୍ଯ୍ୟାନୁଷ୍ଠାନ ଶୂନ

ନୂଆପଡ଼ା,୨୧ା୪ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ୍‌ ଠିକପାଲି ପଞ୍ଚାୟତ ବାବୁପାଲି ଗାଁରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଫାର୍ମପଣ୍ଡ (ଚହଲା) ଖନନ କରାଯାଇଛି। ସେଥିରୁ ଗୋଟିଏ ଚହଲାକୁ...

ଟଙ୍କା ଭର୍ତ୍ତି ବ୍ୟାଗ ଝାମ୍ପିନେବାକୁ ଉଦ୍ୟମ ଧରାପଡ଼ିବା ଭୟରେ ବୋମା ପକାଇଲେ: ୫ ଗିରଫ

ଭବାନୀପାଟଣା,୨୧ା୪(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ସୋମବାର ଦିନ ଦ୍ବିପ୍ରହରରେ ଲୁଟ୍‌ ଉଦ୍ୟମ ହୋଇଛି। ପୂର୍ବାହ୍ନ ୧୦ଟା ୧୦ରେ ବାହାଦୁର ବଗିଚାପଡାର ଶରତ...

ବାଇକ୍‌ ଦୁର୍ଘଟଣା, ଛାତ୍ରଙ୍କ ମୃତ୍ୟୁ

କୋକସରା,୨୧ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ବଙ୍ଗୋମୁଣ୍ଡା ଗ୍ରାମରୁ କୋକସରାକୁ ବାଇକ୍‌ରେ ଆସୁଥିବା ବେଳେ କେନାଲ ଛକ ନିକଟରେ ଦୁର୍ଘଟଣା...

ଦିଗପହଣ୍ଡିରେ ମିଳୁନି ପିଇବା ପାଣି : ତେଜୁଛି ଜନଅସନ୍ତୋଷ: ନିର୍ବାହୀ ଅଧିକାରୀଙ୍କୁ ସ୍ମାରକପତ୍ର

ଦିଗପହଣ୍ଡି,୨୧।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏଭଳି ସମୟରେ...

ରାସ୍ତାକଡ ଖାଲରୁ ବୃଦ୍ଧଙ୍କ ମୃତଦେହ ମିଳିବା ଘଟଣା: ଧକ୍କା ଦେଇଥିବା ଟ୍ରକ ଜବତ ଚାଳକ ….

ଦିଗପହଣ୍ଡି,୨୧।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଧରମପୁର ଗ୍ରାମ ଗୋଲା ସାହିର ବି. ଜୁରିଆ(୬୦)ଙ୍କ ମୃତଦେହ ଶୁକ୍ରବାର ରାସ୍ତାକଡ ଖାଲରୁ ମିଳିଥିଲା। ଦୁର୍ଘଟଣାରେ...

ସିଡିଓଙ୍କ ସମୀକ୍ଷା: ଯୋଗ୍ୟ ହିତାଧିକାରୀ ପିଏମଏୱାଇରୁ ବାଦ ପଡିିଲେ କାର୍ଯ୍ୟନୁଷ୍ଠାନ

ଭଞ୍ଜନଗର,୨୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ମୁଖ୍ୟ ଉନ୍ନୟନ ଅଧିକାରିଣୀ ( ସିଡିଓ) ମଧୁସ୍ମିତା ସୋମବାର ଭଞ୍ଜନଗର ବ୍ଲକର ବିଭିନ୍ନ ଗ୍ରାମକୁ ଯାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା...

ଟାଇକୋଣ୍ଡା ଏକାଡେମୀର ବାର୍ଷିକ ଉତ୍ସବ

ଭଞ୍ଜନଗର,୨୧।୪(ବାବୁଲା ପ୍ରଧାନ):ଭଞ୍ଜନଗର ଆର୍‌.ଏମ.ସି. ସଭାକକ୍ଷରେ ଭଞ୍ଜନଗର ଟାଇକୋଣ୍ଡା ଏକା କଲର ବେଲ୍ଟ ଟେଷ୍ଟ ଓ ୫ମ ବାର୍ଷିକ ଉତ୍ସବ ରବିବାର ରାତିରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନରେ...

ଆହତ ହେଲପରଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ: ବିଦ୍ୟୁତ ସଂଘ ପକ୍ଷରୁ କ୍ଷତିପୂରଣ ଦାବି

ଭଞ୍ଜନଗର,୨୧।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ବେଲଗୁଣ୍ଠା ଟାଟା ପାୱାର ବିଦ୍ୟୁତ ସେକ୍ସନ ରେ ଏଜେନ୍ସି ମାଧ୍ୟମରେ କାର୍ଯ୍ୟରତ ଥିବା ହେଲପର ବଳରାମ ସାହୁ ଗତ ୧୧ ତାରିଖରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image