ଦୁବାଇ,୩୧।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ରେ ନୂଆ ଓପନିଂ ଯୋଡ଼ି ସହ ଓହ୍ଲାଇଛି ଭାରତୀୟ ଦଳ। ନିୟମିତ ଓପନର ରୋହିତ ଶର୍ମାଙ୍କ ବଦଳରେ ଇଶାନ କିଷନଙ୍କ ସହ ଓପନିଂ କରିଛନ୍ତି ଲୋକେଶ ରାହୁଲ। ୨୦୧୩ଠାରୁ ରୋହିତ ଓପନିଂ କରି ଆସୁଛନ୍ତି। ଗତ ୮ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ସେ ଦଳରେ ଥିବା ସତ୍ତ୍ୱେ ତାଙ୍କୁ ଓପନିଂ ପାଇଁ ସୁଯୋଗ ଦିଆଯାଇନାହିଁ।
ଉଲ୍ଲେଖଯୋଗ୍ୟ, ରୋହିତ ତାଙ୍କ କ୍ୟାରିୟରର ପ୍ରାରମ୍ଭିକ ଦିନରେ ଜଣେ ମଧ୍ୟକ୍ରମର ବ୍ୟାଟ୍ସମ୍ୟାନ ଭାବେ ଖେଳୁଥିଲେ।