ନୂଆ ସଂକ୍ରମଣ: ୧୦ ରାଜ୍ୟରୁ ୭୫% ମାମଲା

ନୂଆଦିଲ୍ଲୀ, ୨୭।୯: ଶନିବାର ୮୫,୩୬୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିରୁ ୭୫% ଆକ୍ରାନ୍ତ ୧୦ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଅଦ୍ୟାବଧି ୭ କୋଟି ନମୁନା ପରୀକ୍ଷଣ ହୋଇଛି। ଦୈନିକ ଯାଞ୍ଚ ଏବଂ ପରୀକ୍ଷଣ କ୍ଷମତା ୧୪ ଲକ୍ଷ ଟପିଛି। ନୂତନ ସଂକ୍ରମଣ ମାମଲାରେ ମହାରାଷ୍ଟ୍ର ଆଗରେ ରହିଛି। ସେହିପରି ୭୫% ସଂକ୍ରମଣ ଚିହ୍ନଟ ହୋଇଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ କେରଳ, ତାମିଲନାଡୁ, ଉତ୍ତରପ୍ରଦେଶ, ଓଡ଼ିଶା, ଦିଲ୍ଲୀ, ପଶ୍ଚିମବଙ୍ଗ, ଛତିଶଗଡ଼ ଅଛନ୍ତି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୧,୦୮୯ ଜଣଙ୍କ ମୃତ୍ୟୁ ଘଟିଛି।

Share