ସମ୍ବଲପୁରରେ ଚିହ୍ନଟ ହୋଇନାହାନ୍ତି ନୂଆ ସଂକ୍ରମିତ

ସମ୍ବଲପୁର,୧୨ା୨(ବ୍ୟୁରୋ): ସମ୍ବଲପୁର ଜିଲା ପ୍ରଶାସନ ପକ୍ଷରୁ ମିଳିଥିବା ରିପୋର୍ଟ ଅନୁସାରେ ଶୁକ୍ରବାର ଜିଲାରେ କରୋନା ସଂକ୍ରମଣ ସଂଖ୍ୟା ଶୂନ ହୋଇଛି। ହେଲେ ପୂର୍ବରୁ ସଂକ୍ରମଣ ହୋଇଥିବା ୪୨ ଜଣ ଚିକିତ୍ସାଧୀନ ଅଛନ୍ତି। ଜିଲାରେ ମୋଟ ୯୯୧୨ ଜଣ କୋଭିଡ୍‌-୧୯ରେ ଆକ୍ରାନ୍ତ ହୋଇଥିବା ବେଳେ ୯୭୮୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି କୋଭିଡ୍‌ରେ ୯୭ ଜଣଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟ ରହିଛି।

Share