Categories: ଖେଳ

ନୂଆ ଫ୍ରାଞ୍ଚାଇଜକୁ ଦିଆଗଲା ଖେଳାଳିଙ୍କ ସହ ଚୁକ୍ତି କରିବାର ଅଧିକାର

ନୂଆଦିଲ୍ଲୀ,୧୨।୧: ଆଇପିଏଲର ଆଗାମୀ ସଂସ୍କରଣରେ ସାମିଲ ହେବାକୁ ଯାଉଥିବା ଦୁଇ ନୂଆ ଫ୍ରାଞ୍ଚାଇଜ୍‌ ଅହମ୍ମଦାବାଦ ଓ ଲକ୍ଷ୍ନୌକୁ ଖେଳାଳିଙ୍କ ସହ ଚୁକ୍ତି କରିବାର ଅଧିକାର ପ୍ରଦାନ କରାଯାଇଛି। ଏହି ଅଧିକାର ଉଭୟ ଫ୍ରାଞ୍ଚାଇଜକୁ ମେଲ ଜରିଆରେ ବୁଧବାର (ଜାନୁୟାରୀ ୧୨) ପ୍ରଦାନ କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)।

କ୍ରିକ୍‌ବଜରେ ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ, ନିଯୁକ୍ତି ପ୍ରକ୍ରିୟା ଶେଷ କରିବା ପାଇଁ ନୂଆ ଦଳକୁ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ପ୍ରତ୍ୟେକ ଫ୍ରାଞ୍ଚାଇଜ ସର୍ବାଧିକ ୩ ଖେଳାଳି ରଖିପାରିବେ। ସେମାନେ ଜଣଙ୍କ ଠାରୁ ଅଧିକ ବିଦେଶୀ ଖେଳାଳି ରଖିପାରିବେ ନାହିଁ। ପୂର୍ବରୁ ଉଭୟ ଦଳକୁ ଦୁଇ ସପ୍ତାହ ସମୟ ଦିଆଯିବାର ଥିଲା। କିନ୍ତୁ ଖେଳାଳିଙ୍କ ସହ ଚୁକ୍ତି ଲାଗି ୧୦ ଦିନ ଯଥେଷ୍ଟ ଅନୁଭବ କରିବା ପରେ ବିସିସିଆଇ ଏହି ନିଷ୍ପତ୍ତି ନେଇଛି।

“ସେମାନଙ୍କ ପାଖରେ ଖେଳାଳିଙ୍କ ଚୁକ୍ତି କରିବା ପାଇଁ ଜାନୁୟାରୀ ୨୨ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସମୟ ଅଛି” ବୋଲି ଜଣେ ବିସିସିଆଇ ଅଧିକାରୀ କହିଛନ୍ତି।

Share