ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହୃତ: ସଂସ୍କୃତି ମନ୍ତ୍ରୀ

ଭୁବନେଶ୍ୱର, ୮।୨(ବ୍ୟୁରୋ): ବିଭିନ୍ନ ବର୍ଗରୁ ବିରୋଧ ପରେ ଶେଷରେ ସୋମବାର ପ୍ରତ୍ୟାହୃତ ହୋଇଛି ଶ୍ରୀମନ୍ଦିର ପ୍ରସ୍ତାବିତ ବାଇ-ଲ। ଏହାକୁ ପ୍ରତ୍ୟାହାର କରି ନିଆଯାଇଥିବା ନେଇ ଟୁଇଟ୍‌କରି ସୂଚନା ଦେଇଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ। ସେ କହିଛନ୍ତି, ଜାତୀୟ ସ୍ମାରକ ପ୍ରାଧିକରଣ (ଏନ୍‌ଏମ୍‌ଏ) ଅଧ୍ୟକ୍ଷଙ୍କ ଅଜାଣତରେ ନୋଟିସ କରାଯାଇଥିଲା।

ଏହି ବାଇ-ଲକୁ ସ୍ଥଗିତ ରଖିବା ଦାବିରେ ସୋମବାର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଓ ସମସ୍ତ ଭାଜପା ଏମ୍‌ପି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଥିଲେ। ଲୋକଙ୍କ ଧାର୍ମିକ ଭାବନାକୁ ଗୁରୁତ୍ୱ ଦେଇ ବାଇ-ଲକୁ ଏବେ ସ୍ଥଗିତ ରଖିବାକୁ ସେମାନେ ଦାବି କରିଥିଲେ। ସେହିପରି ଏହି ପ୍ରସଙ୍ଗରେ ଆଜି ବିଜେଡି ଏମ୍‌ପିମାନେ ମଧ୍ୟ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଥିଲେ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ପୁରୀ ଯାଇଥିବା ଅବସରରେ ଏହି ପ୍ରସ୍ତାବିତ ବାଇ-ଲକୁ ବିରୋଧ କରି କେହି ପ୍ରଭୁଙ୍କ କାର୍ଯ୍ୟରେ ବାଧା ଦେଇ ପାରିବେ ନାହିଁ ବୋଲି କହିଥିଲେ।
ଗତ ରବିବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଏ ନେଇ ସଂସ୍କୃତି ବିଭାଗର ଏମ୍‌ଏମ୍‌ଏକୁ ଚିଠି ଲେଖି ଅନୁରୋଧ କରିଥିଲେ। ଏପରିକି ଅସନ୍ତୁଷ୍ଟ ସେବାୟତମାନେ ସୁପ୍ରିମ୍‌ କୋର୍ଟ ଯିବେ ବୋଲି କହିଥିଲେ।

 

Share