ବରଗଡ଼ ଧନୁଯାତ୍ରା: ଏଥର କଂସ ଭୂମିକାରେ ମଞ୍ଚ ଦୁଲୁକାଇବେ ଭୁବନେଶ୍ୱର ପ୍ରଧାନ

ବରଗଡ଼,୧ା୧୨(ପ୍ରେମାନନ୍ଦ ଖମାରୀ): ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୫ ଜାନୁଆରୀ ୩ରୁ ଆରମ୍ଭ ହେବ। ଦୀର୍ଘ ୧୧ଦିନ ବ୍ୟାପୀ ଏହି ମହୋତ୍ସବ ଜାନୁଆରୀ ୧୩ ପର୍ଯ୍ୟନ୍ତ ଚାଲିବ। ତେବେ ଆସନ୍ତା ଧନୁଯାତ୍ରା ମହୋତ୍ସବ ପାଇଁ ରବିବାର ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲ୍‌ରେ କଂସ ଚୟନ ପ୍ରକ୍ରିୟା ହୋଇଥିଲା। ଏହି ଚୟନ ପ୍ରକ୍ରିୟାରେ ବରଗଡ଼ ବ୍ଲକ ସର୍ଲା ଗ୍ରାମର ଭୁବନେଶ୍ବର ପ୍ରଧାନ ପ୍ରଥମ ସ୍ଥାନ ଅଧିକାର କରି ଆସନ୍ତା ଧନୁଯାତ୍ରା ମହୋତ୍ସବରେ କଂସ ଭୂମିକାରେ ଅଭିନୟ କରିବାର ସୁଯୋଗ ପାଇଛନ୍ତି। ସେ ବରଗଡ ଧନୁଯାତ୍ରା ମହୋତ୍ସବରେ ପୂର୍ବରୁ ଅନେକଥର କଂସ ଭୂମିକାରେ ଅଭିନୟ କରି ଦର୍ଶକଙ୍କୁ ମନ ଜିଣି ସାରିଛନ୍ତି। ବରଗଡ଼ ଧନୁଯାତ୍ରା ଦୃଶ୍ୟାଭିନୟରେ ତାଙ୍କର ଅନେକ ଅଭିଜ୍ଞତା ରହିଛି। ଫଳରେ ଅନ୍ୟବର୍ଷ ତୁଳନାରେ ଏଥର ତାଙ୍କ କଂସ ଦୃଶ୍ୟାଭିନୟ ଆହୁରି ଉଚ୍ଚକୋଟୀର ହେବ ବୋଲି ଦର୍ଶକ ମନରେ ଆଶା ବାନ୍ଧିଛନ୍ତି। ତେବେ ଆସନ୍ତା ଧନୁଯାତ୍ରା ମହୋତ୍ସବରେ ସେ କିଭଳି ଅଭିନୟ କରିବେ, ତାକୁ ଦର୍ଶକ ଚାହିଁ ବସିଛନ୍ତି।

ପ୍ରକାଶ ଥାଉକି, ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଗତବର୍ଷ କଂସ ଅଭିନୟ କରିଥିବା ହୃଷୀକେଶ ଭୋଇ ମହାପ୍ରୟାଣ ଗାଡ଼ିରେ ଶବ ପରିବହନ ବାବଦକୁ ମୃତକଙ୍କ ପରିବାରଠାରୁ ଲାଞ୍ଚ ନେବା ଅଭିଯୋଗରେ ବିବାଦୀୟ ହୋଇ ପଡ଼ିଥିଲେ। ଆସନ୍ତା ଧନୁଯାତ୍ରା ତାଙ୍କ ପାଇଁ ଶେଷ ସୁଯୋଗ ଥିଲା। ମାତ୍ର ମହାପ୍ରୟାଣ ଗାଡ଼ିରେ ଶବ ପରିବହନ ବାବଦକୁ ମୃତକଙ୍କ ପରିବାରଠାରୁ ଲାଞ୍ଚ ନେବା ଘଟଣାରେ ତାଙ୍କୁ ବିଦା ହେବାକୁ ପଡ଼ିଥିଲା ଏବଂ ନୂତନ କଂସ ଚୟନର ଆବଶ୍ୟକତା ପଡ଼ିଥିଲା।
ଧନୁଯାତ୍ରା ମହୋତ୍ସବ ସମିତିର ନିଷ୍ପତ୍ତି କ୍ରମେ ଉକ୍ତ ଚୟନ ପ୍ରକ୍ରିୟାରେ ୪ଜଣ କଂସ କଳାକାର ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରେ ଆର୍ତ୍ତତ୍ରାଣ ସୁନାନୀ, ଜଗଦାନନ୍ଦ ମିଶ୍ର, ଭୁବନେଶ୍ବର ପ୍ରଧାନ ଏବଂ ସୁଶୀଲ କୁମାର ମେହେର ଥିଲେ। ସମସ୍ତଙ୍କୁ ପଛରେ ପକାଇ ଭୁବନେଶ୍ବର ପ୍ରଧାନ ଆଗାମୀ ଧନୁଯାତ୍ରା ମହୋତ୍ସବରେ କଂସ ଭୂମିକାରେ ଅଭିନୟ ପାଇଁ ସୁଯୋଗ ପାଇଛନ୍ତି। ଏହାକୁ ନେଇ ତାଙ୍କ ସମର୍ଥକ ମହଲରେ ଉତ୍ସାହ ପରିଲକ୍ଷିତ ହୋଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ହୃଦୟବିଦାରକ ଘଟଣା: ୧୧ ବର୍ଷର ମୁକ, ବଧିର ନାବାଳିକାଙ୍କୁ ବଳାତ୍କାର, ନିର୍ଯାତନା

ନୂଆଦିଲ୍ଲୀ,୧୭ା୪: ଉତ୍ତରପ୍ରଦେଶର ରାମପୁରରେ ଜଣେ ୧୧ ବର୍ଷୀୟ ମୁକ ଏବଂ ବଧିର ନାବାଳିକାଙ୍କ ସହ ବଳାତ୍କାର ଓ ନିର୍ଯ୍ୟାତନର ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି।...

ତଳକାଁପଡ଼ା ଗ୍ରାମରେ ରାଜନୈତିକ ଶତ୍ରୁତାରୁ ବୋମାମାଡ଼; ୯ ଗୁରୁତର, ଲାଗି ରହିଛି ଉତ୍ତେଜନା

ତିହିଡି଼,୧୭।୪(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡି଼ ଥାନା କାଁପଡ଼ା ପଞ୍ଚାୟତ ଅଧୀନ ତଳକାଁପଡ଼ା ଗ୍ରାମରେ ବୁଧବାର ରାତି ୧୦ଟା ସମୟରେ ବୋମାମାଡ଼ ହୋଇଛି । ରାଜନୈତିକ...

Subhadra Yojana: ସୁଭଦ୍ରା ଯୋଜନାକୁ ନେଇ ପ୍ରଭାତୀଙ୍କ ବଡ଼ ଘୋଷଣା, କଲେଜ ଛାତ୍ରୀ…

ଭୁବନେଶ୍ୱର,୧୭।୪:କଲେଜ ଛାତ୍ରୀଙ୍କ ପାଇଁ ବଡ ଘୋଷଣା । ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସୁଭଦ୍ରା ସର୍ଭେରେ...

କଟକ କମିଶନରେଟ ପୋଲିସର ଡବଲ୍‌ ଏନ୍‌କାଉଣ୍ଟର, ୨ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗୁଳିମାଡ଼

ଚୌଦ୍ୱାର,୧୭।୪(ଆଶୁତୋଷ ଦାସ): କଟକ କମିଶନରେଟ ପୋଲିସର ଡବଲ ଏନ୍‌କାଉଣ୍ଟର। ଗୁଳିମାଡ଼ରେ ୨ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଆହତ ହୋଇଛନ୍ତି। ସେମାନଙ୍କ ଗୋଡ଼ରେ ଗୁଳି ବାଜିଛି। ତେବେ...

ରାସ୍ତାକଡ଼ରେ ଥୁଆ ହୋଇଛି ସ୍କୁଟି, ଗଛରେ ଝୁଲୁଛି ପ୍ରେମୀଯୁଗଳଙ୍କ ମୃତଦେହ

ଖୋର୍ଦ୍ଧା,୧୭।୪(ପ୍ରଭାତ ପାଣିଗ୍ରାହୀ): ରାସ୍ତାକଡ଼ରେ ଥୁଆ ହୋଇଛି ସ୍କୁଟି। ଗଛରେ ଝୁଲୁଛନ୍ତି ପ୍ରେମୀଯୁଗଳ। ଖୋର୍ଦ୍ଧା ଜଙ୍କିଆ ଥାନା ସିକୋ ଫାଣ୍ଡି ଅନ୍ତର୍ଗତ ବେଗୁନିଆ ବ୍ଲକର ବୋତଳମା ପଞ୍ଚାୟତ...

DC vs RR: ସୁପର ଓଭରର ରୋମାଞ୍ଚରେ ଜିତିଲା ଦିଲ୍ଲୀ, ଟ୍ରିଷ୍ଟାନ ଷ୍ଟବସ୍ ଛକା ମାରି ଜିତାଇଲେ…

ନୂଆଦିଲ୍ଲୀ,୧୭ା୪: ଚଳିତ ଆଇପିଏଲ୍‌ରେ ବୁଧବାର ଖେଳାଯାଇଥିବା ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଓ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା...

ବିଶ୍ବ କଳା ଦିବସ: କଳା ବଦଳିଲେ ବି ସତ୍ୟ ଲୁଚିବ ନାହିଁ

ବରଗଡ଼, ୧୭।୪(ପ୍ରେମାନନ୍ଦ ଖମାରୀ): ପ୍ରତିଟି ମଣିଷ ଭିତରେ ଆତ୍ମ ଅଭିବ୍ୟକ୍ତି ଓ ଆତ୍ମପ୍ରତିଷ୍ଠାର ମୋହ ରହିଛି। ଅର୍ଥାତ୍ ମଣିଷ ସର୍ବଦା ଚାହୁଁଥାଏ ଯେ, ଯାହା ଅଛି...

ଧାନକେଣ୍ଡାରେ ଅଗାଡ଼ି, ଜିଲାପାଳଙ୍କୁ ଫେରାଦ

ବରଗଡ଼,୧୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚାଷୀଙ୍କୁ ସମସ୍ୟା ପିଛା ଛାଡୁନାହିଁ। କେତେବେଳେ ଫସଲରେ ରୋଗପୋକ ତ ଆଉକେବେ ଝଡ଼ବର୍ଷା ଯୋଗୁ ଚାଷୀଙ୍କ ଫସଲ ଉଜୁଡି ଯାଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image