ମା’ଙ୍କ ପୁରୁଣା ଶାଢିରୁ ଡ୍ରେସ୍‌ ତିଆରି କଲେ ଏହି ଅଭିନେତା

ମୁମ୍ବାଇ,୧୪।୧୧-ଆଜି ଆଲୋକର ପର୍ବ ଦୀପାବଳି। ଏହି ଅବସରରେ ବଲିଉଡ ଅଭିନେତା ରିତେଶ ଦେଶମୁଖ ତାଙ୍କ ପ୍ରଂଶସକମାନଙ୍କୁ ଦୀପାବଳିର ଶୁଭକାମନା ଜଣାଇଛନ୍ତି। ରିତେଶ ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଭିଡିଓରେ ସେ ତାଙ୍କର ଦୁଇ ଛୁଆଙ୍କ ସହିତ କୁର୍ତା-ପାଇଜାମା ପିନ୍ଧିଥିବା ନଜର ଆସିଛନ୍ତି। କିନ୍ତୁ ସବୁଠାରୁ ବଡକଥା ହେଲା, ତାଙ୍କ ମା’ଙ୍କ ଏକ ପୁରୁଣା ଶାଢିରୁ ଏହି ଡ୍ରେସ୍‌ ତିଆରି ହୋଇଛି। ଏ ନେଇ ରିତେଶ ଟୁଇଟ କରି ସୂଚନା ଦେଇଛନ୍ତି। ସେ କ୍ୟାପଶନରେ ଲେଖିଛନ୍ତି ଯେ, ମା’ଙ୍କ ପୁରୁଣା ଶାଢି, ପିଲାଙ୍କ ପାଇଁ ଦୀପାବଳିରେ ନୂଆ ଡ୍ରେସ। ହାପି ଦିୱାଲି। ଏହି ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇଲାର ହେବାରେ ଲାଗିଛି।

Share