Categories: ଜାତୀୟ

‘ଲଭ୍‌ ଜିହାଦ’ ରୋକିବା ପାଇଁ ଆସିବ ନୂଆ ଆଇନ

ମୁମ୍ବାଇ,୩।୯: ମହାରାଷ୍ଟ୍ର ସରକାର ‘ଲଭ୍‌ ଜିହାଦ’ ରୋକିବା ପାଇଁ ଏକ ଆଇନ ଆଣିବାକୁ ଯୋଜନା କରୁଛନ୍ତି ମହାରାଷ୍ଟ୍ର ସରକାର। ଏନେଇ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ବିଧାନସଭାରେ କହିଛନ୍ତି। ପୂର୍ବତନ ବାଚସ୍ପତି ହରିଭାଉ ବାଗଡେଙ୍କ ଏକ ପ୍ରଶ୍ନର ଉତ୍ତରରେ ଫଡନଭିସ କହିଛନ୍ତି, ‘ଲଭ୍‌ ଜିହାଦ’ ବନ୍ଦ କରିବା ପାଇଁ ଅନ୍ୟ କେତେକ ଭାଜପା ଶାସିତ ରାଜ୍ୟ ଆଣିଥିବା ଆଇନକୁ ଗୃହ ବିଭାଗର ଅଧିକାରୀମାନେ ଅଧ୍ୟୟନ କରୁଛନ୍ତି ଏବଂ ମହାରାଷ୍ଟ୍ରରେ ଖୁବ ଶୀଘ୍ର ସମାନ ଭାବରେ ଏକ ଆଇନ ପ୍ରଣୟନ କରାଯିବ।
ଦେବେନ୍ଦ୍ର ଫଡନଭିସ କହିଛନ୍ତି ଯେ, ମହିଳାମାନଙ୍କୁ ନକଲି ପରିଚୟ ଉପସ୍ଥାପନ କରି ଧର୍ମ ବାହାରେ ବିବାହ କରି ପ୍ରତାରଣା କରାଯାଉଥିବା ମାମଲା ପରିଚାଳନା ପାଇଁ ଏକ ମାନକ ସଞ୍ଚଳନ ପ୍ରଣାଳୀ ପ୍ରସ୍ତୁତ କରିବାକୁ ପୋଲିସକୁ କୁହାଯିବ। ଏହି ପ୍ରସଙ୍ଗରେ ସମସ୍ତ ପୋଲିସ ଷ୍ଟେସନକୁ ସମ୍ବେଦନଶୀଳ କରାଯିବ ଏବଂ ଯଦି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ ତେବେ ସମ୍ପୃକ୍ତ ଅଧିକାରୀମାନେ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ। ଏହି ମାମଲାଗୁଡ଼ିକର ମୁକାବିଲା ପାଇଁ ଆମେ ଏସପି ପ୍ରସ୍ତୁତ କରିବାକୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ କହିବୁ ବୋଲି ସେ କହିଛନ୍ତି।

Share