ଭୁବନେଶ୍ୱର: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍ ପକ୍ଷରୁ ଓଡ଼ିଶା ବଜାରରେ ନୂଆ ‘ଥାର୍’ ମଡେଲ ପ୍ରବେଶ କରାଯାଇଛି। ସ୍ଥାନୀୟ ଉତ୍କଳ ଅଟୋମୋବାଇଲ ଶୋ’ରୁମ୍ଠାରେ ନିର୍ଦ୍ଦେଶକ ସୌନକ ପାରେକ ଏବଂ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ଏଏସ୍ଏମ୍ ମନୋଜ ମହାପାତ୍ର ନୂଆ ଯାନଟିକୁ ଉନ୍ମୋଚନ କରିଥିଲେ। ମହିନ୍ଦ୍ରା ଗ୍ରୁପ୍ର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ଏହି ଏସ୍ୟୁଭି ମଡେଲଟିକୁ ବଜାରକୁ ଛଡାଯାଇଛି। ଏହା ଏଏକ୍ସ ଏବଂ ଏଲ୍ଏକ୍ସ ଭଳି ୨ଟି ଟ୍ରିମରେ ଉପଲବ୍ଧ ହେଉଛି। ଏହାର ଏକ୍ସଶୋ’ରୁମ୍ ବଜାର ଦର ୯.୮୦ ଲକ୍ଷ ଟଙ୍କାରୁ ୧୨.୪୯ ଲକ୍ଷ ଟଙ୍କା ରହିଛି। ଯାନଟିରେ ଗ୍ରାହକ ସଦ୍ୟତମ ଷ୍ଟାଇଲ, ପରଫରମାନ୍ସ, ଆରାମ, ଟେକ୍ନୋଲୋଜି ଏବଂ ନିରାପତ୍ତା ଲାଭ କରିପାରିବେ। ମହିନ୍ଦ୍ରାର ଗୌରବମୟ ଇତିହାସକୁ ବଜାୟ ରଖି ନୂଆ ଥାର ବଜାରକୁ ଆସିଥିବା ପାରେଖ ଏହି ଅବସରରେ ସୂଚନା ଦେଇଛନ୍ତି। ଅଫ୍ ରୋଡ୍ ଡ୍ରାଇଭିଂ ଅଭିଜ୍ଞତାକୁ ଉନ୍ନତ କରିବା ସହ ନୂଆ ଏବଂ କମ୍ପାନୀ ସହ ଥିବା ଗ୍ରାହକଙ୍କ ମନ ଜିଣିବାରେ ଏହା ସହାୟକ ହେବ ବୋଲି ସେ ମତ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଗତ କିଛିଦିନ ତଳେ ଏହି ମଡେଲ ଭାରତ ବଜାରରେ ପ୍ରବେଶ କରିଥିବା ବେଳେ ଏହା ବିଏସ୍-୬ ଇଞ୍ଜିନ ସହ ଆସିଛି।