Categories: ବାଣିଜ୍ୟ

ପିଏନ୍‌ବି ଭୁବନେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ

ଭୁବନେଶ୍ୱର,୧୮।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି) ଭୁବନେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ଲକ୍ଷ୍ମୀକାନ୍ତ ମିଶ୍ର ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏପରିକି ସେ ଉକ୍ତ ମଣ୍ଡଳର ଉପ-ମହାପ୍ରବନ୍ଧକ ଭାବେ କାର୍ଯ୍ୟ କରୁଥିଲେ। ଏହା ପୂର୍ବରୁ ମିଶ୍ର ଭୁବନେଶ୍ୱର ଜୋନାଲ ଅଡିଟ୍‌ କାର୍ଯ୍ୟାଳୟର ମୁଖ୍ୟ ଭାବେ କାର୍ଯ୍ୟରତ ଥିଲେ। ଉଲ୍ଲେଖଯୋଗ୍ୟ ୧୯୯୨ରେ ମିଶ୍ର ପିଏନ୍‌ବିରେ ପ୍ରୋବେସନାରୀ ଅଫିସର ଭାବେ ଯୋଗ ଦେଇଥିଲେ। ବିଶେଷକରି ମିଶ୍ରଙ୍କର ବିଭିନ୍ନ କ୍ଷେତ୍ରରେ ୩୦ବର୍ଷରୁ ଊର୍ଦ୍ଧ୍ୱ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରର ଅଭିଜ୍ଞତା ରହିଛି। ସେ ମଧ୍ୟ ଦେଶର ବିଭିନ୍ନ ସ୍ଥାନରେ ରହି ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି। ଏପରିକି ଗତ ୩୦ ବର୍ଷ ମଧ୍ୟରେ ମିଶ୍ର ଭିନ୍ନ ଭିନ୍ନ ଶାଖାରେ ଶାଖା ମୁଖ୍ୟ ଭାବେ କାର୍ଯ୍ୟ କରିବା ସହ ଆସେଟ୍‌ ରିକଭରି ମ୍ୟାନେଜମେଣ୍ଟ ଶାଖା ଏବଂ କଟକ ମଣ୍ଡଳର ମଣ୍ଡଳ ମୁଖ୍ୟ ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିଛନ୍ତି। ଅପରପକ୍ଷରେ ସେ ଭୁବନେଶ୍ୱର ମଣ୍ଡଳ ମୁଖ୍ୟ ଭାବେ ଯୋଗଦେଇ ବ୍ୟାଙ୍କର ଖୁଚୁରା, କୃଷି ଏବଂ ଏମ୍‌ଏସ୍‌ଏମ୍‌ଇ ବିଭାଗର କାରବାର ବୃଦ୍ଧି ସହ ଗ୍ରାହକଙ୍କ ନିକଟତର ହେବାକୁ ଆଶା ପ୍ରକାଶ କରିଛନ୍ତି। ସେହିଭଳି ବ୍ୟାଙ୍କର ପ୍ରଦର୍ଶନକୁ ଉନ୍ନତ କରିବାକୁ ସେ ଦକ୍ଷତାର ସହ କାର୍ଯ୍ୟ କରିବେ ବୋଲି ଇଚ୍ଛା ପ୍ରକାଶ କରିଛନ୍ତି।

Share