ପିଏନ୍‌ବି କଟକ ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ

ଭୁବନେଶ୍ୱର,୧୭।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି)ର କଟକ ମଣ୍ଡଳ ନୂତନ ମଣ୍ଡଳ ମୁଖ୍ୟ ଭାବେ ଜଗବନ୍ଧୁ ପାଢ଼ୀ ନିକଟରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପାଢ଼ୀ ଏହା ପୂର୍ବରୁ କୋଲକାତା ଜୋନ୍‌ରେ ଭିଜିଲାନ୍ସ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ଏପରିକି ୧୯୯୩ରେ ପାଢ଼ୀ ପିଏନବିରେ ଯୋଗ ଦେଇଥିଲେ। ପାଢ଼ୀ ବିଶେଷକରି ପଶ୍ଚିମବଙ୍ଗ, ଓଡ଼ିଶା, ବିହାର, ଚେନ୍ନାଇ ଓ ଛତିଶଗଡ ଭଳି ରାଜ୍ୟର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପଦପଦବୀରେ ରହି ସଫଳତାର ସହ କାର୍ଯ୍ୟ କରି ବ୍ୟାପକ ଅଭିଜ୍ଞତା ହାସଲ କରିଛନ୍ତି। ସେହିଭଳି ଦୀର୍ଘ ୩୦ ବର୍ଷର କାର୍ଯ୍ୟକାଳ ମଧ୍ୟରେ ସେ ପ୍ରାୟ ୧୧ବର୍ଷ ଶାଖା ସ୍ତରରେ ଏବଂ ୧୯ ବର୍ଷ ପ୍ରଶାସନିକ ଓ ଅଡିଟ୍‌ କାର୍ଯ୍ୟାଳୟରେ କାମ କରିଛନ୍ତି। ପାଢ଼ୀ ତାଙ୍କର କାର୍ଯ୍ୟକାଳ ମଧ୍ୟରେ ରିଟେଲ୍‌, କୃଷି, ଏମ୍‌ଏସ୍‌ଏମ୍‌ଇ, ରିକଭରି ଓ ଡିଜିଟାଲ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦେବା ସହିତ ଉତ୍କୃଷ୍ଟ ଗ୍ରାହକ ସେବା ଏବଂ ଅଧିକରୁ ଅଧିକ ଗ୍ରାହକମାନଙ୍କୁ ପିଏନ୍‌ବି ସହ ଯୋଡ଼ିବା ପାଇଁ ଉଦ୍ୟମ କରିବେ ବୋଲି ମତପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ, ପିଏନ୍‌ବି କଟକ ମଣ୍ଡଳ ଅଧୀନରେ ଥିବା କଟକ, ଢେଙ୍କାନାଳ, ଅନୁଗୋଳ, ଜଗତ୍‌ସିଂହପୁର ଓ କେନ୍ଦ୍ରାପଡା ଜିଲାରେ ୬୯ଟି ଶାଖା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାହକଙ୍କ ଚାହିଦାରେ ହସ୍ତଶିଳ୍ପ ସାମଗ୍ରୀ

ଭୁବନେଶ୍ୱର,୨୩।୧୨: ଆଉ କିଛି ଦିନ ପରେ ଇଂରାଜୀ ନବ ବର୍ଷ ସାଙ୍ଗକୁ ଶୁଭ କାର୍ଯ୍ୟ (ଗୃହ ପ୍ରବେଶ)ର ଆଗମନ ଉପଲକ୍ଷେ ଗ୍ରାହକ ଘର ସାଜସଜ୍ଜା ପାଇଁ ଆକର୍ଷଣୀୟ...

ଜିନ୍ଦଲ ଷ୍ଟେନ୍‌ଲେସ୍‌କୁ ସୋର୍ଡ ଅଫ୍‌ ଅନର ପୁରସ୍କାର

ନୂଆଦିଲ୍ଲୀ,୨୩।୧୨: ଜିନ୍ଦଲ ଷ୍ଟେନ୍‌ଲେସ ଲିମିଟେଡ (ଜେଏସ୍‌ଏଲ୍‌)କୁ ନିକଟରେ ଆଉ ଏକ ଅନ୍ତଃରାଷ୍ଟ୍ରୀୟ ସମ୍ମାନ ଓ ସ୍ବୀକୃତି ‘ସୋର୍ଡ ଅଫ୍‌ ଅନର’ ମିଳିଛି। ଏପରିକି ଜେଏସ୍‌ଏଲ୍‌ର ହିସାର ୟୁନିଟକୁ...

୧.୪୬ ଲକ୍ଷ କୋଟିର ପୁଞ୍ଜିନିବେଶ

ଭୁବନେଶ୍ୱର,୨୩ା୧୨(ଅନୁରାଧା ମହାରଣା): କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ଦ୍ବାରା ୨୦୨୦ରୁ କାର୍ଯ୍ୟକାରୀ ହେଉଥିବା ପିଏଲଆଇ ଯୋଜନା ପୁଞ୍ଜି ନିବେଶ, ଉତ୍ପାଦନ ଏବଂ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ...

ଓଏସିସ୍‌ ଫର୍ଟିଲିଟିର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,୨୩।୧୨ (ଅଭୟ ଦାଶ): ବର୍ତ୍ତମାନର ବ୍ୟସ୍ତବହୁଳ ସମୟ ମଧ୍ୟରେ ପ୍ରଜନନ ଜନିତ ସମସ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏପରିକି ପ୍ରଜନନ ଚିକିତ୍ସା ଏବଂ ଯତ୍ନ...

ଲାଇଫ୍‌ ଷ୍ଟାଇଲର ସେଲ୍‌ ଅଫ୍‌ ଦି ସିଜନ

ନୂଆଦିଲ୍ଲୀ,୨୧।୧୨: ଲାଇଫ୍‌ ଷ୍ଟାଇଲର ବହୁ ପ୍ରତୀକ୍ଷିତ ବିକ୍ରୟ ଅଫର ‘ସେଲ୍‌ ଅଫ୍‌ ଦି ସିଜନ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହି ସ୍ବତନ୍ତ୍ର ବିକ୍ରୟ ଅଫର...

ବିଆଇଏସ୍‌ର ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଭୁବନେଶ୍ୱର,୨୧ା୧୨(ଅନୁରାଧା ମହାରଣା): ବ୍ୟୁରୋ ଅଫ୍‌ ଇଣ୍ଡିଆନ୍‌ ଷ୍ଟାଣ୍ଡାର୍ଡ(ବିଆଇଏସ୍‌)ର ୨ଦିନିଆ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ମାନକ ମାଧ୍ୟମରେ ବିଜ୍ଞାନ ଶିକ୍ଷା’ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରଠାରେ ଆୟୋଜିତ...

ଓରେରାର ନୂତନ ୱେବ୍‌ସାଇଟ୍‌ ଉନ୍ମୋଚିତ

ଭୁବନେଶ୍ୱର,୨୧।୧୨ (ଅଭୟ ଦାଶ): ଓଡ଼ିଶା ରିଅଲ ଇଷ୍ଟେଟ୍‌ ରେଗୁଲେଟୋରି ଅଥରିଟି (ଓରେରା)ର ନୂତନ ୱେବ୍‌ସାଇଟ୍‌ https://rera.odisha.gov.in ନିକଟରେ ଉନ୍ମୋଚିତ ହୋଇଯାଇଛି। ଏପରିକି ଓରେରା ସଂସ୍କରଣ ୨.୦ର...

ନିବେଶକ ହରାଇଲେ ୧୮ ଲକ୍ଷ କୋଟିରୁ ଅଧିକ

ମୁମ୍ବାଇ,୨୧।୧୨: ଅନ୍ତଃରାଷ୍ଟ୍ରୀୟ ଘଟଣାବଳୀ ଏବଂ ୟୁଏସ୍‌ ଫେଡେରାଲର ସୁଧହାର ହ୍ରାସର ପ୍ରଭାବ ସିଧାସଳଖ ଭାରତୀୟ ଷ୍ଟକ୍‌ ମାକେର୍ଟ କାରବାରରେ ଦେଖିବାକୁ ମିଳୁଛି। ଏପରିକି ଭାରତୀୟ ଟଙ୍କାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri