Advertisement

ଗଠନ ହେଲା ବିଜେଡିର ନୂଆ ଗଣମାଧ୍ୟମ ଟିମ୍‌

ଭୁବନେଶ୍ୱର,୩୧ା୧୨(ବ୍ୟୁରୋ): ନୂଆବର୍ଷରେ ବିଜେଡିର ନୂଆ ଗଣମାଧ୍ୟମ ଟିମ୍‌ ଗଠିତ ହୋଇଛି। ବିଜୁ ଜନତା ଦଳର ରାଷ୍ଟ୍ରୀୟ ମୁଖପାତ୍ର ଭାବେ ଏମ୍‌ପି ମାନସ ମଙ୍ଗରାଜ ମନୋନୀତ ହୋଇଛନ୍ତି। ପୂର୍ବତନ ଏମ୍‌ପି ପ୍ରସନ୍ନ ଆଚାର୍ଯ୍ୟ, ପିନାକୀ ମିଶ୍ର, ଶର୍ମିଷ୍ଠା ସେଠୀ, ଡ. ସସ୍ମିତ ପାତ୍ର ରାଷ୍ଟ୍ରୀୟ ମୁଖପାତ୍ର ଭାବେ ନିଯୁକ୍ତ ହୋଇଛନ୍ତି। ଏନେଇ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ବିଜ୍ଞପ୍ତି ଜାରି କରିଛନ୍ତି।


ଦଳର ମୁଖପାତ୍ର ଭାବେ ବିଧାୟକ ଦେବୀପ୍ରସାଦ ମିଶ୍ର, ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ଏମ୍‌ପି ଚନ୍ଦ୍ରାଣୀ ମୁର୍ମୁ, ବିଜେଡି ନେତା ପ୍ରଦୀପ ମାଝି, ଅନୁଭବ ପଟ୍ଟନାୟକ, ସଞ୍ଜୟ ବାବୁ, ଶ୍ରୀମୟୀ ମିଶ୍ର, ଚିନ୍ମୟ କୁମାର ସାହୁ, ଡାକ୍ତର ହରିଶ ଚୌଧୁରୀ, ଗୌତମ ବୁଦ୍ଧ ଦାସ, ଅମିତ ମଲ୍ଲିକ, ତୁମ୍ବନାଥ ପଣ୍ଡା, ଓମ୍‌ ପ୍ରକାଶ ସାହୁ, ପ୍ରିୟବ୍ରତ ମାଝି ଓ ଏମ୍‌ପି ସୁଲତା ଦେଓ ନିଯୁକ୍ତ ହୋଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share