କ୍ରିକେଟର୍ ବିରାଟ କୋହଲି ୨୦୨୧ରେ ପିତା ହେବାକୁ ଯାଉଛନ୍ତି। ସ୍ତ୍ରୀ ଅନୁଷ୍କା ସହ ଫଟୋ ଶେୟାର କରି ସେ ଏହି ସୂଚନା ଦେଇଛନ୍ତି। ନୂଆ ଅତିଥି ଆସିବା ପୂର୍ବରୁ କୋହଲିଙ୍କ ଘରର କିଏ କିଏ ସଦସ୍ୟ ଅଛନ୍ତି ଜାଣିବା। କୋହଲି ପିତା ପ୍ରେମ କୋହଲି ତିନି ସନ୍ତାନ ଏବଂ ସ୍ତ୍ରୀଙ୍କ ସହ ଦିଲ୍ଲୀରେ ରହୁଥିଲେ। ସେ ଜଣେ ଓକିଲ ଥିଲେ। କୋହଲିଙ୍କୁ ମାତ୍ର ୧୮ ବର୍ଷ ହୋଇଥିବା ତାଙ୍କ ପିତାଙ୍କ ଦେହାନ୍ତ ହୋଇଥିଲା। ତାଙ୍କ ମୃତ୍ୟୁ ପରେ ମା’ ସରୋଜା କୋହଲି ସନ୍ତାନଙ୍କ ଲାଳନପାଳନ ଦାୟିତ୍ୱ ନେଇଥିଲେ। କୋହଲିଙ୍କ ବଡ ଭାଇ ବିକାଶ କୋହଲି ଜଣେ ବ୍ୟବସାୟୀ। ତାଙ୍କର ଗୋଟିଏ ପୁଅ ଏବଂ ସ୍ତ୍ରୀ ସହ ସେ ଗୁଡଗାଁଓରେ ରୁହନ୍ତି। ପିତାଙ୍କ ମୃତ୍ୟୁପରେ ଘରର ଦାୟିତ୍ୱ ସେ ସମ୍ଭାଳିଥିଲେ। କୋହଲିଙ୍କ ବଡ ଭଉଣୀ ଭାବନା ସାଧାରଣତଃ ଲାଇମଲାଇଟ୍ରୁ ଦୂରରେ ଥାନ୍ତି। ସେ ସ୍ବାମୀ ଏବଂ ଦୁଇ ସନ୍ତାନଙ୍କ ସହ ଶାଶୁ ଘରେ ରୁହନ୍ତି। କୋହଲି କ୍ରିକେଟ ଯୋଗୁ ପ୍ରାୟତଃ ବାହାରେ ଥାନ୍ତି। ଅନୁଷ୍କାଙ୍କୁ ବିବାହ କରିବା ପରେ ସେ ଅଧିକାଂଶ ସମୟ ମୁମ୍ବାଇରେ ରହୁଛନ୍ତି।