ଗଡ଼ିବ ନୂଆ ମେମୁ ଟ୍ରେନ୍‌

ଭୁବନେଶ୍ୱର,୨୪।୩: ଭୁବନେଶ୍ୱର ଓ କେନ୍ଦୁଝରଗଡ଼ ଏବଂ ପୁରୀ ଓ ଅନୁଗୋଳ ମଧ୍ୟରେ ମେମୁ ଟ୍ରେନ୍‌ ଚଳାଚଳ ନେଇ ନିଷ୍ପତ୍ତି ହୋଇଛି। ସେହିଭଳି ବିଶାଖାପାଟଣା-ଜଗଦଳପୁର ବିଶେଷ ଟ୍ରେନ୍‌ ସେବା କିରାଣ୍ଡୁଲକୁ ସମ୍ପ୍ରସାରିତ କରାଯିବାକୁ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ମିଳିଛି। ଚଳିତ ମାସ ୩୦ରୁ ଭୁବନେଶ୍ୱର-କେନ୍ଦୁଝରଗଡ଼ ମେମୁ ଏବଂ ଏପ୍ରିଲ ମାସ ୫ଠାରୁ ପୁରୀ-ଅନୁଗୋଳ ମେମୁ ଟ୍ରେନ୍‌ ଗଡିବ। ପୁରୀ-ହାଟିଆ ସ୍ପେଶାଲ ପୁରୀରୁ ଏପ୍ରିଲ ପହିଲାଠାରୁ ଏବଂ ହାଟିଆ-ପୁରୀ ସ୍ପେଶିଆଲ ହାଟିଆରୁ ୨ ଏପ୍ରିଲଠାରୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ। ସମ୍ବଲପୁର-ପୁରୀ-ସମ୍ବଲପୁର ସ୍ପେଶାଲ ୩ ଏପ୍ରିଲ ଠାରୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ। ପୁରୀ-ପାରାଦୀପ-ପୁରୀ ସ୍ପେଶାଲ ୭ ଏପ୍ରିଲଠାରୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ। ବିଶାଖାପାଟଣା-ଜଗଦଲପୁର-ବିଶାଖାପାଟଣା ସ୍ପେଶାଲ ଟ୍ରେନ୍‌କୁ ଏପ୍ରିଲ ପହିଲାରୁ କିରାଣ୍ଡୁଲକୁ ସମ୍ପ୍ରସାରଣ କରାଯିବ। ବିଶାଖାପାଟଣା-ଜଗଦଲପୁର ସ୍ପେଶାଲ ବିଶାଖାପାଟଣାରୁ ଏପ୍ରିଲ ପହିଲାଠାରୁ ସକାଳ ୬ଟା ୪୫ରେ ଛାଡ଼ି ଜଗଦଳପୁରଠାରେ ରାତ୍ର ୮ଟା ୪୫ରେ ପହଞ୍ଚିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ମିଳିଛି।

Share