Categories: ବାଣିଜ୍ୟ

କିଆ ଇଣ୍ଡିଆର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,୧୭।୭ (ଅଭୟ ଦାଶ): ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ କିଆ ଇଣ୍ଡିଆ ନିକଟରେ ଏକ ଐତିହାସିକ ସଫଳତା ହାସଲ ସହ ବିଗତ ୪୬ ମାସରେ ୧୦ ଲକ୍ଷ ୟୁନିଟ୍‌ ଯାନ ଉତ୍ପାଦନକରି ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛି। ଏପରିକି ଆନ୍ଧ୍ରପ୍ରଦେଶସ୍ଥିତ ଅନନ୍ତପୁରଠାରେ ଥିବା କିଆ ଇଣ୍ଡିଆର ଆଧୁନିକ ଉପତ୍ାଦନ କେନ୍ଦ୍ରରୁ ଏକ ନିୟୁତ (୧୦ଲକ୍ଷ) ତମ ଯାନ ଉତ୍ପାଦନ କରାଯାଇଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ କିଆ ଇଣ୍ଡିଆ ପକ୍ଷରୁ ଏକ ସ୍ବତନ୍ତ୍ର ଉତ୍ସବର ଆୟୋଜନ କରାଯାଇଥିଲା। ଉକ୍ତ ଉତ୍ସବରେ ଆନ୍ଧ୍ରପ୍ରଦେଶର ଅର୍ଥ,ଯୋଜନା ଏବଂ ଲେଜିସ୍‌ଲେଟିଭ ବ୍ୟାପାର ମନ୍ତ୍ରୀ ବୁଗାନା ରାଜେନ୍ଦ୍ରନାଥ ରେଡ୍ଡୀ, ଉଦ୍ୟୋଗ, ଭିତ୍ତିଭୂମି, ନିବେଶ ଓ ବାଣିଜ୍ୟ, ସୂଚନା ପ୍ରଯୁକ୍ତିମନ୍ତ୍ରୀ ଗୁଡ଼ିଭଡ଼ା ଅମରନାଥ, ସାଂସଦ ଗୋରାନ୍ତଲା ମାଧବ ଓ ପେନୁକୋଣ୍ଡାର ବିଧାୟକ ଜି. ଶଙ୍କର ନାରାୟଣଙ୍କ ସମେତ କିଆ ଇଣ୍ଡିଆର ଏମ୍‌ଡି ତଥା ସିଇଓ ତାଏ-ଜିନ୍‌ ପାର୍କ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ଏ ସମ୍ପର୍କରେ ତାଏ-ଜିନ୍‌ ପାର୍କ କହିଛନ୍ତି, ଏହା ଆମ ପାଇଁ ଖୁସିର ଦିନ ହୋଇଥିବା ବେଳେ ଆମ କର୍ମଚାରୀ ଓ ପାର୍ଟନରଙ୍କ ପାଇଁ ଏକ ବିଶେଷ ମୁହୂର୍ତ୍ତ ପାଲଟିଛି। ସେହିଭଳି ଆମେ ସର୍ବଦା ଭାରତୀୟ ବଜାରରେ ଅଟୋମୋଟିଭ ଉକତ୍ର୍ଷ ଦିଗରେ କାର୍ଯ୍ୟ କରୁଛୁ ବୋଲି ପାର୍କ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ସୂଚନାଯୋଗ୍ୟ, କିଆ ଇଣ୍ଡିଆର ଆଧୁନିକ ଉପତ୍ାଦନ କେନ୍ଦ୍ରରୁ ମୋଟ ୫,୩୨,୪୫୦ ୟୁନିଟ୍‌ କିଆ ସେଲ୍‌ଟସ, ୩,୩୨,୪୫୦ ୟୁନିଟ୍‌ କିଆ ସୋନେଟ୍‌, ୧,୨୦,୫୧୬ ୟୁନିଟ୍‌ କିଆ କାରେନ୍ସ ଏବଂ ୧୪,୫୮୪ ୟୁନିଟ୍‌ କିଆ କାର୍ନିଭାଲ ଭଳି ଯାନ ଉତ୍ପାଦନ କରାଯାଇଛି ା ଅପରପକ୍ଷରେ କିଆର ଏହି ଉଲ୍ଲେଖନୀୟ ସଫଳତା ତଥା ଭାରତୀୟ ବଜାର ପ୍ରତି କିଆର ପ୍ରତିବଦ୍ଧତାକୁ ଏହା ଦର୍ଶାଉଛି ଏବଂ ଏହାର ରଣନୈତିକ ଆଭିମୁଖ୍ୟକୁ ପ୍ରଦର୍ଶିତ କରୁଛି। ବିଶେଷକରି ୨୦୧୯ ଅଗଷ୍ଟରେ କିଆ ଇଣ୍ଡିଆର ବ୍ରାଣ୍ଡ୍‌ ସେଲ୍‌ଟସ୍‌ ମଡେଲର ଶୁଭାରମ୍ଭ ସହ ଭାରତୀୟ ବଜାରରେ କିଆ ଆନୁଷ୍ଠାନିକ ଭାବେ ବଜାର ପ୍ରବେଶ କରିଥିଲା। ବିଗତ ୪୬ ମାସ ମଧ୍ୟରେ କିଆ ୧୦,୦୦,୦୦୦ ବିକ୍ରୟ ସଫଳତା ହାସଲ କରିପାରିଛି।

 

Share