Categories: ଜାତୀୟ

‘କୁ’ରେ ପ୍ରଥମ ପୋଷ୍ଟ କଲେ ନୂଆ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ,୧୧ ।୭: ନୂଆ ସୂଚନା ପ୍ରାଦ୍ୟୋଗିକ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରବିବାର ସ୍ୱେଦେଶୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘କୁ’ରେ ଜଏନ୍ କରିଛନ୍ତି । ଅଶ୍ୱିନୀ ବୈଷ୍ଣବ ପ୍ରଥମଥର ଲାଗି ନୂଆ ଆଇଟି ନିୟମକୁ ନେଇ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ନିୟମକୁ ସଶକ୍ତ ଓ ୟୁଜର୍ସ ସୁରକ୍ଷିତ ରହିବେ ବୋଲି କହିଛନ୍ତି । ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ‘କୁ’ରେ ପ୍ରଥମଥର କରିଥିବା ପୋଷ୍ଟରେ ଲେଖିଛନ୍ତି, ମୁଁ ରାଜ୍ୟମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ସହ ସୁଚନା ପ୍ରଯୁକ୍ତି ନିୟମ ୨୦୨୧ର କାର୍ଯ୍ୟାନ୍ୱେୟନ ଓ ଅନୁପାଳନର ସମୀକ୍ଷା କରିଛି । ନୂଆ ନିୟମ ୟୁଜର୍ସଙ୍କୁ ସଶକ୍ତ ଓ ସୁରକ୍ଷିତ ରଖିବ । ଏହାସହ ଦେଶରେ ଏକ ସୁରକ୍ଷିତ ଓ ଉତ୍ତରଦାୟୀ ସୋସିଆଲ ମିଡିଆ ପରିବେଶ ସୁନିଶ୍ଚିତ କରିବ । ରବିବାର ଟୁଇଟର ଇଣ୍ଡିଆ ଦୀର୍ଘ ଦିନର ତୁତୁମେମେ ପରେ ଶେଷରେ ନୂଆ ଆଇଟି ନିୟମର ପାଳନ କରି ଭାରତରେ ବିନୟ ପ୍ରକାଶଙ୍କୁ ଯେତେବେଳେ ଅଭିଯୋଗ ଅଦିକାରୀ ନିଯୁକ୍ତି କଲା ସେତେବେଳେ ନୂଆ ଆିଟି ମନ୍ତ୍ରୀ କୁରେ ପ୍ରଥମ ପୋଷ୍ଟ କରିଛନ୍ତି ।

Share