Categories: ଜାତୀୟ

ମହାରାଷ୍ଟ୍ର ରାଜନୀତିରେ ନୂଆମୋଡ:ଫଡନଭିସଙ୍କୁ ଭେଟିବା ପରେ ଉଦ୍ଧବ ଠାକ୍‌ରେ କହିଲେ…

ପୁଣେ,୨୭।୬: ମହାରାଷ୍ଟ୍ର ରାଜନୀତିରେ ନୂଆମୋଡ। ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ମଧ୍ୟରେ ଭେଟ ହୋଇଛି। ଏହାର ଫଟୋ ଭାଇରାଲ ହେଉଛି। ଏନେଇ ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ କହିଛନ୍ତି, ସେ ଆଜି ଲିଫ୍ଟରେ ହଠାତ୍‌ ଦେବେନ୍ଦ୍ର ଫଡନଭିସ୍‌ଙ୍କୁ ଭେଟିଥିଲେ। ନା ନା କହି, ପ୍ରେମ ତୁମକୁ ହେବା ଭଳି କିଛି ଘଟଣା ଘଟିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଉଦ୍ଧବ ଠାକରେ ଭାଜପାର ବରିଷ୍ଠ ନେତା ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ଚନ୍ଦ୍ରକାନ୍ତ ପାଟିଲଙ୍କୁ ମଧ୍ୟ ଭେଟିଛନ୍ତି। ଏହା ଉପରେ ସେ କହିଛନ୍ତି, ଆଜି ଚନ୍ଦ୍ରକାନ୍ତ ଦାଦା ମୋତେ ଚକୋଲେଟ ଦେଇଥିଲେ, କିନ୍ତୁ ମୋର ଦାବି ହେଉଛି ଯୋଜନାର ଚକୋଲେଟ ଜନସାଧାରଣଙ୍କୁ ନ ଦିଆଯାଉ।
ସୂଚନାଯୋଗ୍ୟ, ଉଦ୍ଧଭ ଠାକରେ ଏବଂ ଭାଜପାର ବରିଷ୍ଠ ନେତା ଦେବେନ୍ଦ୍ର ଫଡନଭିସ ହଠାତ୍‌ ମୁମ୍ବାଇର ବିଧାନସଭା କମ୍ପ୍ଲେକ୍ସରେ ଭେଟିଥିଲେ। ଏହି ସମୟରେ ଉଭୟ ନେତା ପରସ୍ପରକୁ ଅଭିବାଦନ ଜଣାଇଥିଲେ ଏବଂ କିଛି ବିଷୟରେ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଥିଲା।
ମହାରାଷ୍ଟ୍ର ବିଧାନସଭାର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି ଏବଂ ଏହି ସଂପର୍କରେ ସମସ୍ତ ନେତା ବିଧାନସଭାରେ ପହଞ୍ଚିଛନ୍ତି। ଏହି ସମୟ ମଧ୍ୟରେ ଉଦ୍ଧବ ଠାକରେ ମଧ୍ୟ ଚନ୍ଦ୍ରକାନ୍ତ ପାଟିଲଙ୍କୁ ଭେଟିଥିଲେ। ପାଟିଲ ବିଧାନ ପରିଷଦରେ ବିରୋଧୀ ଦଳର ନେତା ତଥା ଶିବସେନା ୟୁବିଟି ନେତା ଅମ୍ବାଦାସ ଦାନଭେଙ୍କ କାର୍ଯ୍ୟାଳୟକୁ ଆସିଥିଲେ।

Share