Categories: ବାଣିଜ୍ୟ

ବଜାରରେ ମେଡ୍‌ ଇନ୍‌ ଇଣ୍ଡିଆ ରେଞ୍ଜ ରୋଭର ମଡେଲ୍‌

ଭୁବନେଶ୍ୱର,୩୦।୫: ଅନ୍ତରାଷ୍ଟ୍ରୀୟ ଅଟୋ ବ୍ରାଣ୍ଡ ରେଞ୍ଜ ରୋଭର ନୂତନ ରେଞ୍ଜଗୁଡିକୁ ଘରୋଇ ବଜାରରେ ଅନାବରଣ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ନିକଟରେ ମେଡ ଇନ ଇଣ୍ଡିଆ ରେଞ୍ଜ ରୋଭରର ଆକର୍ଷଣୀୟ ଟିଜର ରିଲିଜ ହୋଇଯାଇଛି। ଅପରପକ୍ଷରେ ରେଞ୍ଜ ରୋଭର ହାଉସ ଭାରତରେ ଏକ ସ୍ବତନ୍ତ୍ର ତଥା ଆଧୁନିକ ବିଳାସପୂର୍ଣ୍ଣ ଅଭିଜ୍ଞତା ସହିତ ପହଁଚିଛି। ଯାହା ଘରୋଇ ଅଞ୍ଚଳରେ ଆଶାୟୀ ଗ୍ରାହକଙ୍କ ଅଭିଳାଷକୁ ପୂରଣ କରିବା ପାଇଁ ପରିକଳ୍ପିତ ହୋଇଛି।

ଉଲ୍ଲେଖଯୋଗ୍ୟ, ରେଞ୍ଜ ରୋଭର ହାଉସ ଭାରତର ବିଳାସପୂର୍ଣ୍ଣ ଉପକୂଳବର୍ତି ସହର ଆଲିବାଗ ଠାରେ ଅନାବରଣ ସହ ଡେବ୍ୟୁ କରିଛି,ଯାହା ଭାରତୀୟ ବଜାର ଲାଗି ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ବ୍ରାଣ୍ଡ ପକ୍ଷରୁ ସୂଚନା ଦିଆଯାଇଛି।

ସେହିଭଳି ରେଞ୍ଜ ରୋଭର ହାଉସ କ୍ରମାଗତ ଭାବେ ଘରୋଇ ବଜାରର ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟି ଦେଇ ଚମତ୍କାର ରେଞ୍ଜ ରୋଭର ଓ ଗତିଶୀଳ, ଆଧୁନିକ ପ୍ରଦର୍ଶନ ଏସୟୁଭି, ରେଞ୍ଜ ରୋଭର ସ୍ପୋର୍ଟ ପ୍ରଥମ ଥର ପୁନେରେ ଉପତ୍ାଦିତ ହେବ। ଏହି ପଦକ୍ଷେପ ଭାରତର ଗ୍ରାହକଙ୍କ ପାଇଁ ଏକ ଆଧୁନିକ ବିଳାସପୂର୍ଣ୍ଣ ଯାତ୍ରାକୁ ସୁନିଶ୍ଚିତ କରିବ। ଏପରିକି ସ୍ଥାନୀୟ ଭାବେ ରେଞ୍ଜ ରୋଭର ଓ ସ୍ପୋର୍ଟ ଉତ୍ପାଦନ କରୁଥିବା ଭାରତ ପ୍ରଥମ ଦେଶ ହେବ, ଯାହା ରେଞ୍ଚ ରୋଭର ଭେଲାର, ରେଞ୍ଜ ରୋଭର ଇଭୋକ, ଜାଗୁଆର ଏଫପେସ ଓ ଡିସକଭରୀ ସ୍ପୋର୍ଟ ଆଦିରେ ଯୋଗ ଦେବ। ଯାହା ପୁନେ ଠାରେ ପ୍ରତିଷ୍ଠିତ ହୋଇସାରିଛି। ଏହା ବ୍ୟତୀତ ଭାରତୀୟ ବଜାର ପାଇଁ ଉପତ୍ାଦନ ସହ ଅତିରିକ୍ତ ଭାବେ ବିଶ୍ୱସ୍ତରୀୟ ଉତ୍ପାଦନ ରେଞ୍ଜରେ ସୋଇିହଲ, ୟୁକେ ସହ ଯୋଗଦାନ କରିବ।

ଏ ସମ୍ପର୍କରେ ଜାଗୁଆର ଲ୍ୟାଣ୍ଡ ରୋଭର (ଜେଏଲଆର)ର ମୁଖ୍ୟ ବାଣିଜ୍ୟ ଅଧିକାରୀ ଲୋନାର୍ଡ ହୋର୍ନିକ କହିଛନ୍ତି, ଗତ କିଛି ବର୍ଷ ମଧ୍ୟରେ ଭାରତ ସ୍ଥିର ଓ ଚମତ୍କାର ଅର୍ଥନୀତିକ ବୃଦ୍ଧି ହାସଲ କରିଛି ଓ ଭବିଷ୍ୟତରେ ଏହି ଅଭିବୃଦ୍ଧି ମଧ୍ୟ ଜାରି ରହିବ। ଫଳରେ ଏହା ଦ୍ୱାରା ଭାରତୀୟ ଗ୍ରାହକଙ୍କ ପାଇଁ ଉତ୍ପାଦ ଅଫରକୁ ଲୋକାଲାଇଜ କରିବାକୁ ସୁଯୋଗ ଆସିଛି। ଭାରତରେ ରେଞ୍ଜ ରୋଭର ଓ ରେଞ୍ଜ ରୋଭର ସ୍ପୋର୍ଟର ସ୍ଥାନୀୟ ଉତ୍ପାଦନ ହେଉଛି ବ୍ରାଣ୍ଡର ଆଗାମୀ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ମାର୍କେଟରେ ଗ୍ରାହକଙ୍କ ପାଇଁ ରେଞ୍ଜ ରୋଭର ବର୍ତମାନ ମେଡ ଇନ ଇଣ୍ଡିଆ ହେବ କିନ୍ତୁ ଏହାର ଆଦର୍ଶ ବ୍ରିଟିଶ ଡିଜାଇନରେ ନିର୍ମତ ହୋଇଛି ଓ ରୋଭର ବ୍ରାଣ୍ଡ ସହିତ ସମାନ୍ତରାଳ ବୋଲି ବ୍ରାଣ୍ଡ ପକ୍ଷରୁ ସୂଚନା ଦିଆଯାଇଛି। ରେଞ୍ଜ ରୋଭରର ପରିଚାଳନା ନିର୍ଦ୍ଦେଶକ ଜେରାଲଡାଇନ ଇନଘାମ କହିଛନ୍ତି, ଦୀର୍ଘ ୫୩ବର୍ଷର ଇତିହାସ ମଧ୍ୟରେ ରେଞ୍ଜ ରୋଭର ପାଇଁ ଗ୍ରାହକଙ୍କ ଚାହିଦା ସର୍ବୋଚ୍ଚ ସ୍ତରରେ ରହିଥିବା ଦେଖୁଛୁ। ଏହା ଏକ ଅଦୃଶ୍ୟ ସଫଳତାର କାହାଣୀ ଓ ଭାରତ ଏହାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି ଆକଳନ କରାଯାଇଛି।

Share