ବଜାରରେ ଟିଭିଏସ୍‌ର ନୂତନ ମଡେଲସ

ନୂଆଦିଲ୍ଲୀ,୧୨।୮: ଟିଭିଏସ୍‌ ମୋଟର କମ୍ପାନୀର ନୂତନ ମଡେଲସ ‘ଟିଭିଏସ୍‌ ଏନ୍‌ଟିଓଆର୍‌କ୍ୟୁ ୧୨୫ ଏବଂ ଟିଭିଏସ୍‌ ଏନ୍‌ଟିଓଆର୍‌କ୍ୟୁ ରେସ ଏକ୍ସପି’କୁ ନିକଟରେ ଅନାବରଣ (ଉନ୍ମୋଚନ) କରାଯାଇଛି। ଏପରି କି ଟିଭିଏସ୍‌ର ଉଭୟ ମଡେଲ ଟିଭିଏସ୍‌ ଏନ୍‌ଟିଓଆର୍‌କ୍ୟୁ ୧୨୫କୁ ଯୁବ ପ୍ରଫେଶନାଲ୍‌ମାନଙ୍କ ପାଇଁ ଏବଂ ଅତୁଳନୀୟ ଶକ୍ତି ଚାହଁୁଥିବା ରେସ୍‌ ପ୍ରେମୀଙ୍କ ପାଇଁ ଟିଭିଏସ୍‌ ଏନ୍‌ଟିଓଆର୍‌କ୍ୟୁ ରେସ୍‌ ଏକ୍ସପି ସିରିଜ୍‌କୁ ମଧ୍ୟ ଡିଜାଇନ କରାଯାଇଛି।
ଏ ସମ୍ପର୍କରେ ଟିଭିଏସ୍‌ ମୋଟର କମ୍ପାନୀର ଉପସଭାପତି (ମାର୍କେଟିଂ -ସ୍କୁଟର, କମୁଟର ମୋଟରସାଇକେଲ୍‌ ଓ କର୍ପୋରେଟ୍‌ ବ୍ରାଣ୍ଡ) ଅନିରୁଦ୍ଧ ହାଲଦାର କହିଛନ୍ତି, ଟିଭିଏସ୍‌ ମୋଟରରେ ଆମେ ଆତ୍ମପରିପ୍ରକାଶ ପାଇଁ ଗ୍ରାହକମାନଙ୍କୁ ଏକ ପ୍ଲାଟଫର୍ମ ଦେବାକୁ ଉଦ୍ୟମ କରୁଛୁ। ସେହି ଭିଜନ ପ୍ରତି ଆମ ପ୍ରତିବଦ୍ଧତାକୁ ଟିଭିଏସ୍‌ ଏନ୍‌ଟିଓଆର୍‌କ୍ୟୁ୧୨୫ ଓ ଟିଭିଏସ୍‌ ଏନ୍‌ଟିଓଆର୍‌କ୍ୟୁ ରେସ ଏକ୍ସପି ପରିପ୍ରକାଶ କରୁଛି। ଏପରି କି ନୂଆ ଆକର୍ଷଣୀୟ ରଙ୍ଗ ଭାରିଆଣ୍ଟ ସ୍କୁଟର ଡିଜାଇନ୍‌କୁ ଏକ ଆଧୁନିକ ଦୃଷ୍ଟିକୋଣ ପ୍ରଦାନ କରିଥିବାବେଳେ ଉତ୍ସାହ ଓ ଆତ୍ମ ପରିପ୍ରକାଶକୁ ସମନ୍ବିତ କରିଛି। ଟିଭିଏସ୍‌ ଏନ୍‌ଟିଓଆର୍‌କ୍ୟୁ୧୨୫ରେ ୧୨୪.୮ ସିସିର ତିନି ଭାଲଭ୍‌ ଇଞ୍ଜିନ ସାମିଲ ରହିଛି, ଯାହା ୯.୫ ପିଏସ୍‌ ଓ ୧୦.୬ ଏନ୍‌ଏମ୍‌ ଟର୍କ ଉପତ୍ନ୍ନ କରୁଛି। ଏଥିରେ ବ୍ଲୁ ଟୁଥ୍‌ ସଂଯୋଗ, ସମ୍ପୂର୍ଣ୍ଣ ଡିଜିଟାଲ୍‌ ଡିସ୍‌ପ୍ଲେ, ଡୁଆଲ୍‌ ରାଇଡ୍‌ ମୋଡ୍‌ ଓ ସିଗ୍ନେଚର ଏଲ୍‌ଇଡି ଲ୍ୟାମ୍ପ୍‌ ଆଦି ସାମିଲ ରହିଛି। ଏହି ସ୍କୁଟର ଏକ ଅତୁଳନୀୟ ଗାଡ଼ି ଚାଳନା ଅନୁଭୂତି ପ୍ରଦାନ କରୁଛି; ଯେଉଁଥିରେ ଉତ୍ତମ ପ୍ରଦର୍ଶନ, ସୁବିଧାସୁଯୋଗ ଓ ଷ୍ଟାଇଲ୍‌ର ମିଶ୍ରଣ ସାମିଲ ରହିଛି। ରୋମାଞ୍ଚ ଚାହୁଁଥିବା ଗ୍ରାହକମାନଙ୍କ ଲାଗି ଟିଭିଏସ ଏନ୍‌ଟିଓଆର୍‌କ୍ୟୁ ରେସ ଏକ୍ସପିକୁ ପ୍ରସ୍ତୁତ କରାଯାଇଛି। ଏଥିରେ ୧୨୪.୮ ସିସିର ତିନି ଭାଲ୍‌ଭ ଇଞ୍ଜିନ ସାମିଲ ରହିଛି, ଯାହା ୧୦.୨ପିଏସ୍‌ ଓ ୧୦.୯ଏନ୍‌ଏମ୍‌ ଟର୍କ ସୃଷ୍ଟି କରୁଛି; ଯାହା ଏହାକୁ ଏକ ଶକ୍ତିଶାଳୀ ସ୍କୁଟରରେ ପରିଣତ କରିଛି। ଏଥିରେ ଷ୍ଟାଇଲିସ୍‌ ଓ ତୀକ୍ଷ୍‌ଣ ଗ୍ରାଫିକ୍ସ ଫିଚର ରହିଛି। ଏପରି କି ରାତ୍ରିକାଳୀନ ଅନୁଭୂତି ପାଇଁ ଏହାର ଅତ୍ୟାବଶ୍ୟକ ପାର୍ଟସ୍‌ଗୁଡ଼ିକୁ ଡିଜାଇନ୍‌ କରାଯାଇଛି। ସେହିଭଳି ସାଦାସିଧା ଓ ଆଧୁନିକ ଉପତ୍ାଦ ଡିଜାଇନ୍‌ ଆଡ଼କୁ ଗ୍ରାହକ ଅଧିକ ଆକୃଷ୍ଟ ହେଉଛନ୍ତି। ତେଣୁ ଟିଭିଏସ୍‌ ଏନ୍‌ଟିଓଆର୍‌କ୍ୟୁ୧୨୫ ତିନିଟି ରଙ୍ଗ ଯଥାକ୍ରମେ ଟର୍କୁଇଜ, ହାର୍ଲେକୁଇନ୍‌ ବ୍ଲୁ ଓ ନାର୍‌ଡୋ ଗ୍ରେ ରଙ୍ଗରେ ଉପଲବ୍ଧ। ଟିଭିଏସ୍‌ ଏନ୍‌ଟିଓଆର୍‌କ୍ୟୁ ରେସ୍‌ ଏକ୍ସପିକୁ ମ୍ୟାଟ୍‌ ବ୍ଲାକ୍‌ ସ୍ପେସିଆଲ୍‌ ଏଡିସନ୍‌ରେ ଉନ୍ମୋଚନ କରାଯାଇଛି, ଯାହା କଳା ରଙ୍ଗରେ ବିଭିନ୍ନ ରୂପ ରେଖର ସମ୍ମିଶ୍ରଣ ରହିଛି; ଯେଉଁଥିରେ ମ୍ୟାଟ୍‌ ଓ ଗ୍ଲସି ପିଆନୋ ବ୍ଲାକ୍‌ ସାମିଲ ରହିଛି। ଗ୍ରାହକଙ୍କ ବ୍ୟକ୍ତିତ୍ୱକୁ ଦୃଷ୍ଟିରେ ରଖି ଟିଭିଏସ୍‌ ଏନ୍‌ଟିଓଆର୍‌କ୍ୟୁର ନୂଆ ରଙ୍ଗ ଭାରିଆଣ୍ଟ ପ୍ରସ୍ତୁତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌...

ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନର ଶୁଭାରମ୍ଭ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍ସୁରାନ୍ସର ନୂତନ ଉତ୍ପାଦ ‘ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନ’ ପ୍ଲାନ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହା ଏକ...

ମଉଳୁଛି ପେଟ୍ରୋଲ, ଡିଜେଲ ଶସ୍ତା ହେବା ଆଶା

ଭୁବନେଶ୍ୱର,୨୦।୯ (ଅନୁରାଧା ମହାରଣା):ନିକଟରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇବା ପରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା।...

କୋଟି କୋଟି ଟଙ୍କାର ବ୍ୟବସାୟ ଛାଡି ରିଲାଏନ୍ସରେ ଦେଇଥିଲେ ଯୋଗ, ଏବେ କମ୍ପାନୀର…

ନୂଆଦିଲ୍ଲୀ,୧୯।୯: ଜୟକର୍ପ ଲିମିଟେଡର ଚେୟାରମ୍ୟାନ୍‌ ଆନନ୍ଦ ଜେନ ରିଅଲ ଇଷ୍ଟେଟ, ବିତ୍ତ ଓ ପୁଞ୍ଜି ବଜାର ସହିତ ଅନ୍ୟ ଉଦ୍ୟୋଗରେ ୩୦ବର୍ଷର ଅନୁଭବ ରଖିଛନ୍ତି। ତେବେ...

ପାର୍ବଣ ସମୟରେ ନିୟନ୍ତ୍ରଣରେ ରହିବ ଦରଦାମ୍: ଆଶ୍ୱସ୍ତ କଲେ ସରକାର

ନୂଆଦିଲ୍ଲୀ,୧୮ା୯: ସରକାର ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ପାର୍ବଣ ଋତୁରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ ନାହିଁ। ବଢୁଥିବା ଦରଦାମ୍ ଏବେ ଲୋକମାନଙ୍କର...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri