Categories: ଜାତୀୟ

ଅଯୋଧ୍ୟାରେ ପ୍ରସ୍ତାବିତ ମସ୍‌ଜିଦର ହେବ ଶିଳାନ୍ୟାସ

ମୁମ୍ବାଇ,୧୫ା୧୨ : ବାବ୍‌ରି ମସ୍‌ଜିଦ ଭଙ୍ଗାଯିବା ପରେ ଅଯୋଧ୍ୟାର ଅନ୍ୟ ଏକ ସ୍ଥାନରେ ନିର୍ମାଣ ହେବାକୁ ଥିବା ପ୍ରସ୍ତାବିତ ମସ୍‌ଜିଦର ଶିଳାନ୍ୟାସ ମକ୍କାର ଇମାମ-ଇ-ହରାମ କରିବେ। ମକ୍କାର କାବାଠାରେ ଥିବା ପବିତ୍ର ମସ୍‌ଜିଦରେ ସେ ନମାଜର ନେତୃତ୍ୱ ନେଇଥାନ୍ତି। ମସ୍‌ଜିଦ ମହମ୍ମଦ ବିନ୍‌ ଅବଦୁଲ୍ଲା ନାମରେ ଉକ୍ତ ମସ୍‌ଜିଦ ଅଯୋଧ୍ୟାଠାରୁ ୨୫ କି.ମି. ଦୂର ଧନିପୁରରେ ନିର୍ମାଣ କରାଯିବ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମସ୍‌ଜିଦ ନିର୍ମାଣ ଲାଗି ଉତ୍ତରପ୍ରଦେଶ ସରକାର ଉକ୍ତ ପ୍ଲଟ୍‌କୁ ମୁସଲମାନ ସମ୍ପ୍ରଦାୟକୁ ପ୍ରଦାନ କରିଥିଲେ। ମୁମ୍ବାଇର ଭାଜପା ନେତା ହାଜି ଅରାଫତ ଶେଖ୍‌ଙ୍କୁ ମସ୍‌ଜିଦ ମହମ୍ମଦ ବିନ୍‌ ଅବଦୁଲ୍ଲା ବିକାଶ କମିଟି ଅଧ୍ୟକ୍ଷ କରାଯାଇଛି। ଉକ୍ତ ମସ୍‌ଜିଦ ଭାରତର ସବୁଠୁ ବଡ଼ ମସ୍‌ଜିଦ ହେବା ସହ ସେଠାରେ ବିଶ୍ୱର ସବୁଠୁ ବଡ଼ କୋରାନ ରହିବ, ଯାହାର ଉଚ୍ଚତା ୨୧ ଫୁଟ୍‌ ଏବଂ ଓସାର ୩୬ ଫୁଟ୍‌ ହେବ।

Share