Categories: ବାଣିଜ୍ୟ

ବିଓଆଇର ନୂତନ ଏମ୍‌ଏସ୍‌ଏସ୍‌ସି ଯୋଜନା

ଭୁବନେଶ୍ୱର,୪।୭: ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ବିଓଆଇ)ର ନୂତନ ଯୋଜନା ‘ମହିଳା ସମ୍ମାନ ସେଭିଙ୍ଗ୍‌ ସାର୍ଟିଫିକେଟ୍‌ (ଏମ୍‌ଏସ୍‌ଏସ୍‌ସି)-୨୦୨୩’ର ଆନୁଷ୍ଠାନିକ ଶୁଭାରମ୍ଭ ସୋମବାରଠାରୁ ସର୍ବଭାରତୀୟସ୍ତରରେ ହୋଇଯାଇଛି। ବିଶେଷ କରି ଭାରତର ପ୍ରଥମ ବ୍ୟାଙ୍କ ଭାବେ ବିଓଆଇ ଚଳିତ ମାସ ୩ ତାରିଖରେ ଭାରତ ସରକାରଙ୍କ ସ୍ବଳ୍ପ ସଞ୍ଚୟ ଯୋଜନା ‘ମହିଳା ସମ୍ମାନ ସେଭିଙ୍ଗ୍‌ ସାର୍ଟିଫିକେଟ୍‌-୨୦୨୩ ଯୋଜନା’ର ଶୁଭାରମ୍ଭ କରିଛି। ଏପରିକି ବିଓଆଇର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରଜନୀଶ କର୍ଣ୍ଣାଟକ ଉକ୍ତ ଯୋଜନାର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରିଛନ୍ତି। ବିଶେଷ କରି ଏହି ଯୋଜନା ବିଓଆଇର ସମସ୍ତ ଶାଖାରେ ୨୦୨୫ ମାର୍ଚ୍ଚ ପର୍ଯ୍ୟନ୍ତ ଉପଲବ୍ଧ ହେବ। ଉଲ୍ଲେଖଯୋଗ୍ୟ, ଏହି ଯୋଜନା ଅଧୀନରେ ମହିଳା ଓ ବାଳିକାମାନଙ୍କ ପାଇଁ ୨ ବର୍ଷ ଅବଧି ନିମନ୍ତେ ୭.୫% ସୁଧ ହାରରେ ସର୍ବନିମ୍ନ ୧୦୦୦ ଟଙ୍କାରୁ ଆରମ୍ଭ କରି ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରାଶି ଜମା କରାଯାଇପାରିବ। ସେହିଭଳି ୨ୟ ଏମ୍‌ଏସ୍‌ଏସ୍‌ସି ଆକାଉଣ୍ଟ ପୂର୍ବରୁ ଥିବା ଏସ୍‌ଏସ୍‌ସି ଆକାଉଣ୍ଟର ୩ମାସ ବ୍ୟବଧାନ ପରେ ସର୍ବାଧିକ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖୋଲାଯାଇପାରିବ। ଏପରିକି ଆକାଉଣ୍ଟ ଖୋଲିବା ଦିନଠାରୁ ୧ବର୍ଷ ସମାପ୍ତ ହେବା ପରେ ବାଲାନ୍ସର ୪୦% ଆଂଶିକ ଉଠାଣ କରାଯାଇପାରିବ। ଏହି ଯୋଜନାରେ ୬ ମାସ ସଂପୂର୍ଣ୍ଣ ହେବା ପରେ ଯେ କୌଣସି ସମୟରେ ଆକାଉଣ୍ଟକୁ ବନ୍ଦ କରାଯାଇପାରିବ, ଯାହାର ସୁଧ ହାର୫.୫% ରହିବ ଏବଂ ଆକାଉଣ୍ଟଧାରୀଙ୍କ ମୃତ୍ୟୁ ଓ ଜଟିଳ ରୋଗ ପାଇଁ ହସ୍ପିଟାଲ ସହାୟତା କ୍ଷେତ୍ରରେ ୭.୫% ସୁଧ ପ୍ରଦାନ କରାଯିବ।

Share