Categories: ଜାତୀୟ

ଖୁବ୍‌ଶୀଘ୍ର ବ୍ୟାପୁଛି ଡେଲ୍ଟା-୩

ନୂଆଦିଲ୍ଲୀ,୨୫ ।୭: କରୋନା ଭାଇରସକୁ ନେଇ ଏହାର ନୂଆ ମ୍ୟୁଟେଶନ ବିଶେଷଜ୍ଞଙ୍କୁ ପୁଣିଥରେ ଚିନ୍ତାରେ ପକାଇ ଦେଇଛି । ଗତ କିଛି ସପ୍ତାହ ହେବ ଆମେରିକାରେ କରୋନାର ନୂଆ ସଂକ୍ରମଣ ଦେଖିବାକୁ ମିଳିଛି । ଏସବୁଥିରେ ଡେଲ୍ଟା-୩ ଭାରିଏଣ୍ଟ ମିଳିଛି । ଏହା ଡେଲ୍ଟା ତୁଳନାରେ ଖୁବଶୀଘ୍ର ବ୍ୟାପୁଥିବା ଜଣାପଡିଛି । କେବଳ ସେତିକି ନୁହେଁ ଏହା ଭ୍ୟାକ୍ସିନ ନେଇଥିବା ଲୋକ ଓ ସଂକ୍ରମିତ ହୋଇଥିବା ଲୋକଙ୍କୁ ବି ପୁଣିଥରେ ହୋଇପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି । ସୂଚନାଯୋଗ୍ୟ, ଭାରତରେ ଡେଲ୍ଟା-୩ ଭାରିଏଣ୍ଟ ଏପର୍ଯ୍ୟନ୍ତ ଦେଖାଦେଇନାହିଁ । ହେଲେ ଏଥିପାଇଁ ଆଲର୍ଟ ଜାରି କରାଯାଇଛି । ସୂଚନାଯୋଗ୍ୟ, ଅକ୍ଟୋବର ୨୦୨୦ରେ ମହାରାଷ୍ଟ୍ରରେ ପ୍ରଥମେ ଡବଲ ମ୍ୟୁଟେଶନ ମିଳିଥିଲା ଏହାଥିଲା ଡେଲ୍ଟା ଓ କପ୍ପା । ଏହାପରେ ଡେଲ୍ଟାରୁ ଡେଲ୍ଟା ପ୍ଲସ ଓ ଏୱାଇ-୨ ନାମକ ଆହୁରି ୨ଟି ଭାରିଏଣ୍ଟ ମିଳିଥିଲା । ହେଲେ ଏହା ଏତେ ସଂକ୍ରମିତ ହୋଇ ନ ଥିଲା । ଏବେ ଏହି ଡେଲ୍ଟା-୩ ଭାରିଏଣ୍ଟ ଆମେରିକାର ବିଭିନ୍ନ ରାଜ୍ୟରେ ମିଳିଥିବା ସୂଚନା ରହିଛି । ଯାହା ଖୁବ୍ ମାରାତ୍ମକ ବୋଲି କୁହାଯାଉଛି ।

Share