Categories: ଜାତୀୟ

ବିରୋଧୀ ମେଣ୍ଟର ନୂଆ ନାମ ହେଲା ‘ଇଣ୍ଡିଆ’…

ବେଙ୍ଗାଲୁରୁ,୧୮।୭ : କର୍ନାଟକର ରାଜଧାନୀ ବେଙ୍ଗାଲୁରୁରେ ମିଳିତ ବିରୋଧୀ ଦଳର ଦ୍ୱିତୀୟ ଦିନର ବୈଠକରେ ୟୁନାଇଟେଡ ପ୍ରଗତିଶୀଳ ଆଲାଇନ୍ସ (ୟୁପିଏ) ର ନାମ ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ଏହାର ନାମ ଇଣ୍ଡିଆ (ଇଣ୍ଡିଆନ ନ୍ୟାଶନାଲ ଡେମୋକ୍ରାଟିକ ଇନକ୍ଲୁସିଭ ଆଲାଏନ୍ସ) (ଆଇଏନଡିଆଇଏ)ରେ ପରିଣତ ହୋଇଛି। ବୈଠକରେ କଂଗ୍ରେସ ସମେତ ୨୬ ଦଳ ସାମିଲ ହୋଇଛନ୍ତି।

କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏହି ବୈଠକକୁ ସମ୍ବୋଧିତ କରି କହିଛନ୍ତି ବିରୋଧୀ ଦଳର ବିଧାୟକଙ୍କୁ ବ୍ଲାକମେଲ କିମ୍ବା ଲାଞ୍ଚ ଦିଆଯାଉଛି ଯାହା ଦ୍ୱାରା ସେମାନେ ଭାଜପାରେ ଯୋଗଦେଇ ବିଭିନ୍ନ ରାଜ୍ୟ ସରକାରଙ୍କ ପତନ ଘଟାଉଛନ୍ତି। ଆମେ ମତଭେଦକୁ ଭୁଲି କେନ୍ଦ୍ର ସରକାରଙ୍କ ବିରୋଧରେ ଲଢ଼ିବା ଆବଶ୍ୟକ।

ଇଣ୍ଡିଆର ପରବର୍ତ୍ତୀ ବୈଠକ ମହାରାଷ୍ଟ୍ରର ମୁମ୍ବାଇରେ ଅନୁଷ୍ଠିତ ହେବ।

Share