Categories: ବାଣିଜ୍ୟ

୪ରେ ଜୀ ସାର୍ଥକର ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଟୁଇନ୍ସ’

ଭୁବନେଶ୍ୱର,୧।୬: ଜୀ ସାର୍ଥକର ବହୁ ପ୍ରତୀକ୍ଷିତ ଓଡ଼ିଆ ଚଳଚ୍ଚିତ୍ର ‘ଟୁଇନ୍ସ’ର ଓ୍ବାଲର୍‌ଡ ଟେଲିଭିଜନ ପ୍ରିମିୟର ଶୋ’ ୨୦୨୩ ଜୁନ୍‌ ୪ ରେ ପ୍ରସାରିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ଜୀ ସାର୍ଥକ ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ‘ଟୁଇନ୍ସ’ର ଅଡିଓ ରିଲିଜ ଓ ପୋଷ୍ଟାର ଉନ୍ମୋଚନ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଏସ୍‌ପିପି ପ୍ରଡକ୍ସନ ବ୍ୟାନର ଦ୍ୱାରା ନିର୍ମତ ଏବଂ କ୍ଷୀରୋଦ ପଟ୍ଟନାୟକଙ୍କ ପ୍ରଯୋଜନା ଓ ନିର୍ଦ୍ଦେଶକ ରାଶେଷ ମହାନ୍ତିଙ୍କ ନିର୍ଦ୍ଦେଶନାରେ ଟୁଇନ୍ସ ପ୍ରସ୍ତୁତି ହୋଇଛି। ଉକ୍ତ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶକ ଗୁଡ୍‌ଲି ରଥ ସଙ୍ଗୀତଗୁଡିକ ସଜାଇଥିବା ବେଳେ ସ୍ବୟଂ ପାଢ଼ୀ, ଲିପ୍ସା ମହାପାତ୍ର, ଅର୍ପିତା ଚୌଧରୀ ଓ ଶିଶୁ କଣ୍ଠଶିଳ୍ପୀ ସୁଦୀପ୍ତା ବିନ୍ଧାଣି ପ୍ରମୁଖ ଗୀତ ଗାଇଛନ୍ତି। ସେହିଭଳି ଚଳଚ୍ଚିତ୍ରର ସମସ୍ତ ଗୀତକୁ ଗୀତିକାର ସୂର୍ଯ୍ୟ ମହାପାତ୍ର ଲେଖିଥିବାବେଳେ ସାତ୍ୟକି କୁଣ୍ଡୁ ଚଳଚ୍ଚିତ୍ରର କାହାଣୀ ରଚନା କରିଛନ୍ତି। ଏ ସମ୍ପର୍କରେ ଜୀ ସାର୍ଥକର ଚ୍ୟାନେଲ ମୁଖ୍ୟ ପ୍ରତୀକ ସିଲ୍‌ କହିଛନ୍ତି, ଉକ୍ତ ଚଳଚ୍ଚିତ୍ରରେ ଚୁଲ୍‌ବୁଲି ନାୟିକା ରିୟା ଦେ ଏବଂ ଡ୍ୟାନ୍ସିଙ୍ଗ ଷ୍ଟାର ହରିହର ଦାଶଙ୍କ ସମେତ ସନ୍ତୋଷ ଦାଶ, କୀର୍ତ୍ତି ମହାନ୍ତି ଏବଂ ଲତାସା ପ୍ରମୁଖ ନଜର ଆସିବେ। ଏହି ଫିଲ୍ମଟି ନାରୀର ବିଭିନ୍ନ ରୂପକୁ ସୁନ୍ଦର ଭାବେ ଦେଖାଇଛି ଓ ଦର୍ଶକମାନଙ୍କ ଦ୍ବାରା ଚଳଚ୍ଚିତ୍ରଟି ନିଶ୍ଚୟ ଆଦୃତି ଲାଭ କରିବ ବୋଲି ଉଭୟ ପ୍ରଡକ୍ସନ ବ୍ୟାନର ଓ ଚ୍ୟାନେଲ କର୍ତ୍ତ୍ୱପକ୍ଷ ଆଶା କରିଥିବା ସେ ମତପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ୨୦୨୩ ଜୁନ୍‌ ୪ ସା ୬ଟା ୩୦ରେ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଟୁଇନ୍ସ’ ଜୀ ସାର୍ଥକରେ ପ୍ରସାରିତ ହେବ। ବିଶେଷକରି ଦୁଇ ଯାଆଁଳା ଭଉଣୀ ଆଭା ଓ ଆରତୀଙ୍କ କାହାଣୀକୁ ନେଇ ଚଳଚ୍ଚିତ୍ର ଟୁଇନ୍ସ ତିଆରି ହୋଇଛି।

Share