ଖଇରାରେ କଂଗ୍ରେସର ନୂତନ କାର୍ଯ୍ୟାଳୟ ଉଦଘାଟିତ

ଖଇରା,୧୫।୮(ଉତ୍କଳବନ୍ଧୁ ପଣ୍ଡା)ବାଲେଶ୍ବର ଜିଲା ଅନ୍ତର୍ଗତ ଖଇରା ବ୍ଲକର ବଣପାରିଆଠାରେ ପବିତ୍ର ସ୍ବାଧିନତା ଦିବସ ପାଳନ ଅବସରରେ ଜଂଗ୍ରେସ ଦଳର ନୂଆ କାର୍ଯ୍ୟାଳୟ ଲୋକାର୍ପିତ ହୋଇଛି ା ଜିଲା ସଭାପତି ସଞ୍ଜିବ ଗିରି ଓ ପୁର୍ବତନ ଏମପି ଅନନ୍ତ ପ୍ରସାଦ ସେଠୀ ମିଳିତ ଭାବେ ଉକ୍ତ କାର୍ଯ୍ୟାଳୟର ଶୁଭ ଉଦଘାଟନ କରଛନ୍ତି ା ଉଦଘାଟନୀ ଉତ୍ସବରେ ଆଶାୟୀ ବିଧାୟକ ପ୍ରାର୍ଥି ହିମାଂଶୁ ଶେଖର ବେହେରା, ପୁର୍ବତନ ବ୍ଲକ ସଭାପତି ନବ କିଶୋର କର, ସିମୁଳିଆ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ନିରଞ୍ଜନ ପରିଡା, ଅଣସଂଗଠିତ ଶ୍ରମିକସଙ୍ଗଠନ ସଭାପତି ବିକାଶ କୁମାର ଦାସ, ବ୍ଲକ କଂଗ୍ରେସ ସଭାପତି ଶରତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ା ଆଗାମୀ ନିର୍ବାଚନରେ କଂଗ୍ରେସ ସିମୁଳିଆ ଆସନ ଦଖଲ କରିବ ବୋଲି ନେତୃବୃନ୍ଦ ଦୃଢୋକ୍ତି ପ୍ରକାଶ କରିଛନ୍ତି ା