ସାମନ୍ତରାପୁରରେ ଖିମଜୀ ଜୁଏଲର୍ସର ନୂତନ ଆଉଟଲେଟ

ଭୁବନେଶ୍ୱର,୧୬।୯ (ଅଭୟ ଦାଶ): ଖିମ୍‌ଜୀ ଜୁଏଲର୍ସର ଏକ୍ସକ୍ଲୁସିଭ ଆଉଟଲେଟ ରବିବାର ଭୁବନେଶ୍ୱରର ସାମନ୍ତରାପୁର ଛକଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଖିମ୍‌ଜୀ ଜୁଏଲର୍ସର ଚେୟାରମ୍ୟାନ ଦିନେଶ ଖିମ୍‌ଜୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଖିମ୍‌ଜୀ ଜୁଏଲର୍ସର ପରିଚାଳନା ନିର୍ଦ୍ଦେଶକ କିଶୋର ଖିମଜୀ, ନିର୍ଦ୍ଦେଶକ ମିତେଶ୍‌ ଖିମ୍‌ଜୀ, ନିର୍ଦ୍ଦେଶକ ସୁମିତ୍‌ ଖିମ୍‌ଜୀ ଏବଂ ଖିମ୍‌ଜୀ ପରିବାରର ସଦସ୍ୟ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ସେହିଭଳି ୬୦୦୦ବର୍ଗଫୁଟ ପରବ୍ୟାପ୍ତ ସ୍ଥାନରେ ଗଢ଼ି ଉଠିଥିବା ଏହି ନୂତନ ଶୋ’ରୁମ୍‌ରେ ସୁନା, ହୀରା, ପ୍ଲାଟିନମ୍‌ ଏବଂ ରୁପା ଅଳଙ୍କାରର ବିସ୍ତୃତ କଲେକ୍ସନ ସହିତ ବିଭିନ୍ନ ପ୍ରକାର ଫ୍ୟାଶନ୍‌ ଗହଣା ଏବଂ କର୍ପୋରେଟ୍‌ ଉପହାରର ସମ୍ଭାର ଉପଲବ୍ଧ ରହିଛି। ସେହିପରି ଏହି ସ୍ବତନ୍ତ୍ର ଅବସରକୁ ସ୍ମରଣୀୟ କରିବା ପାଇଁ ଖିମଜୀ ଜୁଏଲର୍ସ ପକ୍ଷରୁ ସୁନା ଅଳଙ୍କାର ଗଢ଼ା ମଜୁରି ଉପରେ ୪୦% ରିହାତି ପ୍ରଦାନ କରାଯାଉଛି। ଏପରିକି ହୀରାଗହଣା ମୂଲ୍ୟରେ ୨୦% ରିହାତି ଏବଂ ରୁପାର ଗଢ଼ା ମଜୁରିରେ ୨୦% ରିହାତି ଏବଂ ରୁପାର ଏମ୍‌ଆର୍‌ପି ସାମଗ୍ରୀ ଉପରେ ୧୦% ଉଦଘାଟନୀ ରିହାତି ପ୍ରଦାନ କରାଯାଉଛି।
ଏ ସମ୍ପର୍କରେ ଖିମଜୀ ଜୁଏଲର୍ସର ନିର୍ଦ୍ଦେଶକ ମିତେଶ ଖିମଜୀ କହିଛନ୍ତି, ଆମର ଏହି ନୂତନ ଶୋ’ରୁମ୍‌ ଗ୍ରାହକଙ୍କୁ ଶ୍ରେଷ୍ଠ ଅଳଙ୍କାର ପ୍ରଦାନ କରିବା ପାଇଁ ବ୍ରାଣ୍ଡ୍‌ର ଅତୁଟ ପ୍ରତିଶ୍ରୁତିବଦ୍ଧତାର ପ୍ରତୀକ ହୋଇଥିଲାବେଳେ ଆମର ପୃଷ୍ଠପୋଷକଙ୍କ ନିରନ୍ତର ସମର୍ଥନ ଓ ଆନୁଗତ୍ୟ ପାଇଁ ଆମେ କୃତଜ୍ଞ ଅଛୁ। ଏହି ଷ୍ଟୋର ଭୁବନେଶ୍ୱରରେ ଆମର ଗ୍ରାହକମାନଙ୍କ ପାଇଁ ସପିଂ ଅଭିଜ୍ଞତାରେ ଉନ୍ନତି ଆଣିବା ସହିତ ଆମର ସମର୍ପଣର ଏକ ପ୍ରମାଣ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଥିଲେ। ଏହି ଅବସରରେ ଆମେ ଆମର କୃତଜ୍ଞତାର ପ୍ରତୀକ ଭାବେ ସ୍ବତନ୍ତ୍ର ରିହାତି ପ୍ରଦାନ କରୁଛୁ।
ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରରେ ଖିମଜୀ ଜୁଏଲର୍ସର ଏହା ୪ର୍ଥ ଏବଂ ଓଡ଼ିଶାରେ ୯ମ ଶୋ‘ରୁମ ବୋଲି ପ୍ରତିଷ୍ଠାନ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ଅପରପକ୍ଷରେ ଆଧୁନିକ ଡିଜାଇନ୍‌ ଏବଂ ବିଳାସପୂର୍ଣ୍ଣ ପରିବେଶ ସହିତ ଏହି ଶୋ’ରୁମକୁ ଏକ ଅବିସ୍ମରଣୀୟ ଅଳଙ୍କାର-ସପିଂ ଅନୁଭୂତି ପ୍ରଦାନ କରିବା ପାଇଁ ଯତ୍ନର ସହ ଡିଜାଇନ୍‌ କରାଯାଇଛି। ଏହି ଷ୍ଟୋରର ଲେଆଉଟ୍‌ ଗ୍ରାହକଙ୍କୁ ଖିମଜୀ ଜୁଏଲର୍ସର ଅସାଧାରଣ କାରିଗରି, କାଳଜୟୀ ସୁନା ଏବଂ ହୀରା ଅଳଙ୍କାରଠାରୁ ଆରମ୍ଭ କରି ସ୍ବତନ୍ତ୍ର ପ୍ଲାଟିନମ୍‌ ପିସ୍‌ ଏବଂ ଅଭିନବ ରୁପା ଏବଂ ଫ୍ୟାଶନ ଅଳଙ୍କାରକୁ କ୍ରୟ କରିବାର ସୁଯୋଗ ପ୍ରଦାନ କରିଥାଏ। ଏଠାରେ କର୍ପୋରେଟ୍‌ ଗିଫ୍ଟିଂ ସଲ୍ୟୁସନର ବଢୁଥିବା ଚାହିଦାକୁ ମଧ୍ୟ ପୂରଣ କରିବା ସହିତ କର୍ପୋରେଟ୍‌ ଗ୍ରାହକଙ୍କ ପାଇଁ ଅନନ୍ୟ ଏବଂ ସ୍ବତନ୍ତ୍ର ଉତ୍ପାଦ ପ୍ରଦାନ କରିଥାଏ। ଏହି ନୂତନ ଷ୍ଟୋର୍‌ ଅସାଧାରଣ ମୂଲ୍ୟ ଏବଂ ଏକ ସ୍ମରଣୀୟ ସପିଂ ଅନୁଭୂତି ପ୍ରଦାନ କରିବା ପାଇଁ ସମର୍ପିତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାର୍ବଣ ସମୟରେ ନିୟନ୍ତ୍ରଣରେ ରହିବ ଦରଦାମ୍: ଆଶ୍ୱସ୍ତ କଲେ ସରକାର

ନୂଆଦିଲ୍ଲୀ,୧୮ା୯: ସରକାର ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ପାର୍ବଣ ଋତୁରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ ନାହିଁ। ବଢୁଥିବା ଦରଦାମ୍ ଏବେ ଲୋକମାନଙ୍କର...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

ଭାରତରେ ବଢିଚାଲିଛନ୍ତି କୋଟିପତି: ୧୦ କୋଟିରୁ ଅଧିକ ଆୟ କରୁଥିବା ଲୋକଙ୍କ ସଂଖ୍ୟା ୬୩ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ,୧୭।୯: ଦେଶରେ କୋଟିପତି ଲୋକଙ୍କ ସଂଖ୍ୟାରେ ବଡ ମାତ୍ରାରେ ବୃଦ୍ଧି ଘଟିଛି। ଗତ ପାଞ୍ଚ ବର୍ଷ ମଧ୍ୟରେ ୧୦ କୋଟିରୁ ଅଧିକ ଆୟ କରୁଥିବା ଭାରତୀୟଙ୍କ...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୧୭।୯: ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

୮ ନିୟୁତ ଟନ୍‌କୁ ବୃଦ୍ଧିପାଇବ ଉତ୍ପାଦନ କ୍ଷମତା

ଯାଜପୁର,୧୭ା୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା କଳିଙ୍ଗନଗର ଟାଟା ଷ୍ଟିଲ କାରଖାନାର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ଖୁବ୍‌ଶୀଘ୍ର ସମ୍ପନ୍ନ ହେବାକୁ ଯାଉଛି। ଏହିକ୍ରମରେ ଏହାର ଉତ୍ପାଦନ କ୍ଷମତା...

ଭାରତରେ ବିଏମ୍‌ଡବ୍ଲ୍ୟୁ ରିଟେଲ ନେକ୍ସଟର ଶୁଭାରମ୍ଭ

ନୂଆଦିଲ୍ଲୀ,୧୭।୯ (ଅଭୟ ଦାଶ): ଭାରତରେ ବିଏମ୍‌ଡବ୍ଲ୍ୟୁ ଗ୍ରୁପର ରିଟେଲ ନେକ୍ସଟ ଡିଲରଶିପ ଶୁଭାରମ୍ଭ ସମ୍ପର୍କରେ କମ୍ପାନୀର ଇଣ୍ଡିଆ ୟୁନିଟ ପକ୍ଷରୁ ବିସ୍ତୃତ ଭାବେ ଘୋଷଣା କରାଯାଇଛି।...

ଭାରତ ଏକବିଂଶ ଶତାବ୍ଦୀର ଶ୍ରେଷ୍ଠ ଆହ୍ବାନ

ନୂଆଦିଲ୍ଲୀ,୧୭।୯ (ଅଭୟ ଦାଶ): ଗୁଜରାଟର ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରଠାରେ ୪ର୍ଥ ବିଶ୍ୱ ଅକ୍ଷୟ ଶକ୍ତି ନିବେଶକ ସମ୍ମିଳନୀ ଏବଂ ପ୍ରଦର୍ଶନୀ (ରି-ଇନ୍‌ଭେଷ୍ଟ)କୁ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

କୁଲଦୀପ ଏଭରଗ୍ରୀନ୍‌ ଚା’ର ବ୍ରାଣ୍ଡ୍‌ ଆମ୍ବାସାଡର

ଭୁବନେଶ୍ୱର,,୧୬।୯ (ଅଭୟ ଦାଶ): ଦେଶର ପ୍ରମୁଖ ଚା’ ବ୍ରାଣ୍ଡ୍‌ ତଥା ନେହା ଏଣ୍ଟରପ୍ରାଇଜର୍ସ ଦ୍ୱାରା ପ୍ରସ୍ତୁତ ଲୋକପ୍ରିୟ ଉତ୍ପାଦ ଏଭରଗ୍ରୀନ ଚା’ର ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri