Posted inଜାତୀୟ

ରାମନବମୀରେ ଉଦ୍‌ଘାଟନ ହେବ ନୂଆ ପାମ୍ବନ ରେଳ ସେତୁ: ମୋଦି କରିବେ ଶିଳାନ୍ୟାସ

ନୂଆଦିଲ୍ଲୀ,୫।୪: ରାମନବମୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାମିଲନାଡୁ ଗସ୍ତ କରି ରାମେଶ୍ୱରମକୁ ମୁଖ୍ୟ ଭୂମି ସହିତ ସଂଯୋଗ କରୁଥିବା ନୂତନ ପାମ୍ବନ ରେଳ ସେତୁ ଉଦଘାଟନ କରିବେ।

ପ୍ରଧାନମନ୍ତ୍ରୀ ତାମିଲନାଡୁରେ ୮,୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ରେଳ ଏବଂ ସଡ଼କ ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଭାଗନେଇ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ। ପ୍ରଧାନମନ୍ତ୍ରୀ ରାମେଶ୍ୱରମ-ତାମ୍ବରମ (ଚେନ୍ନାଇ) ନୂତନ ଟ୍ରେନ ସେବାକୁ ପତାକା ଦେଖାଇ ଶୁଭାରମ୍ଭ କରିବେ।

ପ୍ରଧାନମନ୍ତ୍ରୀ ଏପ୍ରିଲ ୬ରେ ତାମିଲନାଡୁ ଗସ୍ତ କରିବେ। ରାମନବମୀ ଅବସରରେ, ମଧ୍ୟାହ୍ନ ପ୍ରାୟ ୧୨ ଘଟିକାରେ ସେ ନୂତନ ପାମ୍ବନ ରେଳ ସେତୁ ଯାହାକି ଭାରତର ପ୍ରଥମ ଭୂଲମ୍ବ ଲିଫ୍ଟ ସମୁଦ୍ର ସେତୁର ଉଦଘାଟନ କରିବେ ଏବଂ ରୋଡ ସେତୁରୁ ଏକ ଟ୍ରେନ ଏବଂ ଏକ ଜାହାଜକୁ ପତାକା ଦେଖାଇ ସେତୁର କାର୍ଯ୍ୟକ୍ଷମତା ଦେଖିବେ।

ଏହା ପରେ ଅପରାହ୍ନ ପ୍ରାୟ ୧୨.୪୫ରେ ସେ ରାମେଶ୍ୱରମର ରାମନାଥସ୍ବାମୀ ମନ୍ଦିରରେ ଦର୍ଶନ ଏବଂ ପୂଜା କରିବେ। ରାମେଶ୍ୱରମରେ ଅପରାହ୍ନ ପ୍ରାୟ ୧.୩୦ ସମୟରେ ସେ ତାମିଲନାଡୁରେ ୮,୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ରେଳ ଏବଂ ସଡ଼କ ପ୍ରକଳ୍ପର ଶିଳାନ୍ୟାସ କରି ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ। ଏହି ଅବସରରେ ସେ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ।

ପ୍ରଧାନମନ୍ତ୍ରୀ ନୂତନ ପାମ୍ବନ ରେଳ ସେତୁର ଉଦଘାଟନ କରିବା ଅବସରରେ ରାମେଶ୍ୱରମ-ତାମ୍ବରମ (ଚେନ୍ନାଇ) ନୂତନ ଟ୍ରେନ ସେବାକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ଏହି ସେତୁର ଏକ ଗଭୀର ସାଂସ୍କୃତିକ ମହତ୍ତ୍ୱ ରହିଛି। ରାମାୟଣ ଅନୁସାରେ, ରାମସେତୁର ନିର୍ମାଣ ରାମେଶ୍ୱରମ ନିକଟସ୍ଥ ଧନୁଷକୋଡିରୁ ଆରମ୍ଭ ହୋଇଥିଲା।

ରାମେଶ୍ୱରମକୁ ମୁଖ୍ୟଭୂମି ସହିତ ସଂଯୋଗ କରୁଥିବା ଏହି ସେତୁ, ବିଶ୍ୱ ସ୍ତରରେ ଭାରତୀୟ ଇଞ୍ଜିନିୟରିଂର ଏକ ଉଲ୍ଲେଖନୀୟ ସଫଳତା ଭାବରେ ଠିଆ ହୋଇଛି। ଏହା ୫୫୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚରେ ନିର୍ମିତ। ଏହାର ଲମ୍ବ ୨.୦୮ କିଲୋମିଟର, ଏଥିରେ ୯୯ଟି ସ୍ପାନ ଏବଂ ୭୨.୫ ମିଟର ଭୂଲମ୍ବ ଲିଫ୍ଟ ସ୍ପାନ ଅଛି, ଯାହା । ୭ ମିଟର ଉଚ୍ଚତା ପର୍ଯ୍ୟନ୍ତ ଉପରକୁ ଉଠିଥାଏ, ଯାହା ଜାହାଜଗୁଡ଼ିକର ସୁଗମ ଗତିକୁ ସହଜ କରିବା ସହିତ ସୁଗମ ଟ୍ରେନ ପରିଚାଳନାକୁ ସୁନିଶ୍ଚିତ କରିଥାଏ। ଷ୍ଟେନଲେସ ଷ୍ଟିଲ ଦୃଢ଼ୀକରଣ, ଉଚ୍ଚ-ଗ୍ରେଡ ସୁରକ୍ଷାାତ୍ମକ ରଙ୍ଗ ଏବଂ ସମ୍ପୂର୍ଣ୍ଣ ୱେଲ୍ଡିଂ ସନ୍ଧି ସହିତ ର୍ନିମିତ ଏହି ସେତୁର ସ୍ଥାୟୀତ୍ୱ ବୃଦ୍ଧି ଏବଂ ରକ୍ଷଣାବେକ୍ଷଣ ଆବଶ୍ୟକତା ହ୍ରାସ ପାଇଛି। ଭବିଷ୍ୟତର ଚାହିଦାକୁ ଦୃଷ୍ଟିରେ ରଖି ଏହାକୁ ଦୋହରୀକରଣ ରେଳ ଟ୍ରାକ ପାଇଁ ଡିଜାଇନ କରାଯାଇଛି। ଏକ ସ୍ବତନ୍ତ୍ର ପଲିସିଲୋକ୍ସେନ ଆବରଣ ଏହାକୁ କ୍ଷୟରୁ ରକ୍ଷା କରେ, କଠୋର ସାମୁଦ୍ରିକ ପରିବେଶରେ ଦୀର୍ଘସ୍ଥାୟୀତା ସୁନିଶ୍ଚିତ କରେ।

ପ୍ରଧାନମନ୍ତ୍ରୀ ତାମିଲନାଡୁରେ ୮,୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ରେଳ ଏବଂ ସଡ଼କ ପ୍ରକଳ୍ପର ଶିଳାନ୍ୟାସ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ। ଏହି ପ୍ରକଳ୍ପଗୁଡ଼ିକରେ NH-40 ର ୨୮ କିଲୋମିଟର ଲମ୍ବ ୱାଲାଜାପେଟ ରାନିପେଟ ସେକ୍ସନର ଚାରି ଲେନ ପାଇଁ ଭିତ୍ତିପ୍ରସ୍ତର ଏବଂ NH-332 ର ୨୯ କିଲୋମିଟର ଲମ୍ବ ଭିଲୁପୁରମ ପୁଡୁଚେରୀ ସେକ୍ସନର ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ ଅନ୍ତର୍ଭୁକ୍ତ। ଏହା ବ୍ୟତୀତ, ୫୭ କିଲୋମିଟର ଲମ୍ବ ପୁଣ୍ଡିଆଙ୍କୁପ୍ପମ ସତ୍ତାନାଥପୁରମ ସେକ୍ସନ NH-32 ଏବଂ ୪୮ କିଲୋମିଟର ଲମ୍ବ ଚୋଳାପୁରମ ତାଞ୍ଜାଭୁର୍‌ ସେକ୍ସନ NH-36 ର ମଧ୍ୟ ଅନ୍ତର୍ଭୁକ୍ତ। ଏହି ରାଜପଥଗୁଡ଼ିକ ଅନେକ ତୀର୍ଥସ୍ଥଳ ଏବଂ ପର୍ଯ୍ୟଟନ ସ୍ଥଳଗୁଡ଼ିକୁ ସଂଯୋଗ କରିବା ସହ ସହର ମଧ୍ୟରେ ଦୂରତା ହ୍ରାସ କରିବ ଏବଂ ମେଡିକାଲ କଲେଜ ଏବଂ ହସ୍ପିଟାଲ, ବନ୍ଦରଗୁଡ଼ିକୁ ଦ୍ରୁତ ସଂଯୋଗ ଯୋଗାଇବ। ଏହା ସହିତ ସ୍ଥାନୀୟ ଚାଷୀମାନଙ୍କୁ ନିକଟବର୍ତ୍ତୀ ବଜାରକୁ କୃଷି ଉତ୍ପାଦ ପରିବହନ ପାଇଁ ସଶକ୍ତ କରିବ ଏବଂ ସ୍ଥାନୀୟ ଚମଡା ଏବଂ କ୍ଷୁଦ୍ର ଶିଳ୍ପର ଆର୍ଥିକ କାର୍ଯ୍ୟକଳାପକୁ ବୃଦ୍ଧି କରିବ।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶ ଗସ୍ତ ପାଇଁ କାର୍ଯ୍ୟସୂଚୀ ଘୋଷଣା: ଜାଣନ୍ତୁ କେବେ ଭେଟିବ ଭାରତ

ନୂଆଦିଲ୍ଲୀ,୧୫।୪: ଭାରତୀୟ କ୍ରିକେଟ ଦଳ ଅଗଷ୍ଟରେ ବାଂଲାଦେଶ ଗସ୍ତରେ ୩ଟି ଦିନିକିଆ ଏବଂ ୩ଟି ଟି-୨୦ ମ୍ୟାଚର ସିରିଜ ଖେଳିବ। ଏହି ଗସ୍ତ ଦିନିକିଆ ସିରିଜ...

ଅଗ୍ନି ସୁରକ୍ଷା ପ୍ରତି ସମର୍ପିତ ହୁଅ

ସମ୍ବଲପୁର,୧୫ା୪(ପ୍ରମୋଦ ବହିଦାର): ସୁରକ୍ଷିତ ମାନବସମ୍ବଳ ଦ୍ୱାରା ଦେଶର ଆର୍ଥତ୍କ ଉନ୍ନତି ଓ ପ୍ରଗତି ସମ୍ଭବ। ସମ୍ବଲପୁର ରିଜର୍ଭ ପୋଲିସ ଲାଇନ୍‌ ପଡ଼ିଆରେ ଜିଲା ଅଗ୍ନିଶମ ବିଭାଗ...

ପାଣି ପାଇଁ ଛଟପଟ ଗ୍ରାମବାସୀ

ଝାରସୁଗୁଡ଼ା,୧୫।୪(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲା ସଦର ବ୍ଲକ ଅଧୀନ କୁ. କଣ୍ଟାପାଲି ଗ୍ରାମରେ ଥିବା ଜଳ ଯୋଗାଣ ବିଭାଗ ଟ୍ରାନ୍ସଫର୍ମର ଗତ ବୁଧବାର ରାତିଠାରୁ...

ମଦ ଚୋରାଚାଲାଣ ବେଳେ ଧରିଲେ ଗ୍ରାମବାସୀ

ବେହେରା,୧୫ା୪ (ଭୂପେଶ ତିୱାରୀ): କଳାହାଣ୍ଡି ଜିଲା ଧର୍ମଗଡ ବ୍ଲକ ବେହେରାଠାରେ ଥିବା ବିଦେଶୀ ମଦ ଦୋକାନର ଦୁଇଜଣ କର୍ମଚାରୀ ବିଦେଶୀ ମଦ ଚୋରା ଚାଲାଣ କରୁଥିବା...

ସେବାଶ୍ରମ ଛାତ୍ରୀଛାତ୍ରଙ୍କୁ ମହୁମାଛି ଆକ୍ରମଣ: ୪୦ରୁ ଉର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କୁ କାମୁଡିଲା, ୪ ଗୁରୁତର

ଦାରିଙ୍ଗବାଡି, ୧୫।୪ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବାଡାବାଙ୍ଗା ପଞ୍ଚାୟତରେ ଥିବା ସେବାଶ୍ରମରେ ମହୁମାଛି ଆକ୍ରମଣରେ ପ୍ରାୟ ୪୦ରୁ ଉର୍ଦ୍ଧ ଛାତ୍ରୀଛାତ୍ର ଆହତ ହୋଇଥିବା...

ବିଜୁ ପ୍ରତିମୂର୍ତ୍ତି ପୋଡ଼ିବା ପରେ ତାତିଲା ବିଜେଡି : ଦେବୀ, ଅରୁଣ, ପ୍ରତାପ କହିଲେ…

ଭୁବନେଶ୍ୱର, ୧୫।୪: ପାଟଣାଗଡ଼ରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ପୋଡ଼ିବା ଘଟଣାରେ ବିଜେଡିର ବରିଷ୍ଠ ନେତା ପ୍ରେସମିଟ କରିଛନ୍ତି। ବିଜୁ ପ୍ରତିମୂର୍ତ୍ତି ପୋଡିବାକୁ ନିନ୍ଦନୀୟ ବୋଲି କହଛି...

ପ୍ରମିଳା କହିଲେ ଆମ ଦଳରେ ସବୁ ଠିକ୍‌ : ନବୀନଙ୍କ ସପକ୍ଷରେ ସମସ୍ତେ

ଭୁବନେଶ୍ୱର,୧୫।୪: ଓ୍ବକଫ୍‌ ବିଲ୍‌କୁ ନେଇ ବିଜେଡିରେ ଫାଟ ସୃଷ୍ଟି ହୋଇଥିଲା। ପରେ ନେତାଙ୍କ ମେଳି ମଧ୍ୟ ଦେଖିବାକୁ ମିଳିଥିଲା। ତେବେ ଏହି ଘଟଣାକୁ ନେଇ ଆମ...

ପ୍ରତିମୂର୍ତ୍ତି ଜାଳିଥିବା ବ୍ୟକ୍ତି ଚିହ୍ନଟ ପରେ ପ୍ରତିକ୍ରିୟା ରଖିଲେ ହିମାଂଶୁ ଲାଲ…

ପାଟଣାଗଡ଼,୧୫।୪(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣଗଡ଼ ଏନଏସିସ୍ଥିତ ବ୍ଳକ ଛକଠାରେ ଦୀର୍ଘଦିନ ହେଲା ପଲିଥିନ ଘୋଡାହୋଇ ରହିଥିବା ଓଡ଼ିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୁର୍ତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image