Categories: ଜାତୀୟ

ନୂଆ ସଂସଦ ଭବନର ଉଦ୍‌ଘାଟନୀକୁ ବର୍ଜନ କରିବେ କଂଗ୍ରେସ ସମେତ ୧୯ଦଳ, ବୟାନ ଜାରି କରି କହିଲେ କାରଣ

ନୂଆଦିଲ୍ଲୀ,୨୪।୫: କଂଗ୍ରେସ ସମେତ ୧୯ଟି ବିରୋଧୀ ଦଳ ନୂତନ ସଂସଦ ଭବନର ଉଦ୍‌ଘାଟନୀ ସମାରୋହକୁ ବର୍ଜନ କରିବାକୁ ଘୋଷଣା କରିଛନ୍ତି। ସମସ୍ତେ ମିଳିତ ବିବୃତ୍ତି ଦେଇଛନ୍ତି। ବିବୃତ୍ତିରେ କୁହାଯାଇଛି ଯେ, ଗଣତନ୍ତ୍ରର ଆତ୍ମା ସଂସଦରୁ ବହିଷ୍କୃତ ହୋଇଛି। ଏହି ବିଲଡିଂରେ ଆମେ କୌଣସି ମୂଲ୍ୟ ଦେଖୁନାହୁଁ । ସେଥିପାଇଁ ଆମେ ନୂତନ ସଂସଦ ଭବନର ଉଦ୍‌ଘାଟନକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛୁ। ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ସରକାର ବିରୋଧରେ ଆମେ ସଂଗ୍ରାମ ଜାରି ରଖିବୁ।

ସଂସଦ ଭବନର ଉଦ୍‌ଘାଟନକୁ ଏକ ମହତ୍ତ୍ୱପୂର୍ଣ୍ଣ ଅବସର ବୋଲି ବର୍ଣ୍ଣନା କରି କୁହାଯାଇଛି ଯେ, ସରକାର ଗଣତନ୍ତ୍ରକୁ ବିପଦରେ ପକାଉଛନ୍ତି ଏବଂ ନୂତନ ସଂସଦ ଏକ ନିରଙ୍କୁଶମୂଳକ ଭାବରେ ନିର୍ମାଣ କରାଯାଇଛି। ଆମେ ଏହି ମହତ୍ତ୍ୱପୂର୍ଣ୍ଣ ଅବସରରେ ମତଭେଦ ଦୂର କରିବାକୁ ପ୍ରସ୍ତୁତ ଥିଲୁ। କିନ୍ତୁ ପ୍ରଧାନମନ୍ତ୍ରୀ ନୂତନ ସଂସଦ ଭବନର ଉଦ୍‌ଘାଟନ ପାଇଁ ଯେଉଁ ନିଷ୍ପତ୍ତି ନିଆଯାଇଛି ତାହା କେବଳ ରାଷ୍ଟ୍ରପତିଙ୍କ ପ୍ରତି ଅପମାନ ନୁହେଁ, ବରଂ ଗଣତନ୍ତ୍ର ଉପରେ ପ୍ରତ୍ୟକ୍ଷ ଆକ୍ରମଣ।

Share