Categories: ଜାତୀୟ

ଉଭୟ ଭବନରେ ସେବା କରିବାର ସୁଯୋଗ ପାଇ ନିଜକୁ ଭାଗ୍ୟବାନ ମନେ କରୁଛି: ଶାହା

ନୂଆଦିଲ୍ଲୀ, ୨୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅର୍ଥାତ୍‌ ମେ ୨୮ ରେ ନୂତନ ସଂସଦ ଭବନର ଉଦଘାଟନ କରିବେ। ତେବେ ଏହାର ଗୋଟିଏ ଦିନ ପୂର୍ବରୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏହାକୁ ଐତିହାସିକ ବୋଲି କହିଛନ୍ତି ଏବଂ ନିଜକୁ ଭାଗ୍ୟବାନ ବୋଲି ବର୍ଣ୍ଣନା କରିଛନ୍ତି। ଶନିବାର ଶାହା କହିଛନ୍ତି, ସେ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି ଯେ ସଂସଦର ଉଭୟ ଗୃହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସେ ଜନ ପ୍ରତିନିଧୀ ଭାବରେ କାର୍ଯ୍ୟ କରିବାର ସୁଯୋଗ ପାଇଛନ୍ତି।

ଶାହା ଟୁଇଟ୍‌ କରି କହିଛନ୍ତି, ନୂତନ ସଂସଦ ଗୃହର ଏହି ଚମତ୍କାର ଝଲକ ଦେଖି ସମଗ୍ର ଦେଶ ଆନନ୍ଦିତ ଅଟେ। ଏହି ସଂସଦ ଆମ ସଂସ୍କୃତି ଏବଂ ଆଧୁନିକତାର ଏକ ନିଆରା ଉଦାହରଣ। ମୁଁ ସୌଭାଗ୍ୟବାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜିଙ୍କ ନେତୃତ୍ୱରେ ମୁଁ ପୁରାତନ ତଥା ବର୍ତ୍ତମାନ ଏହି ନୂତନ ସଂସଦ ଗୃହରେ ଜନ ପ୍ରତିନିଧୀ ଭାବରେ କାର୍ଯ୍ୟ କରିବି। ଏହାର ଉଦ୍‌ଘାଟନକୁ ନେଇ ଦେଶବାସୀ ଉତ୍ସାହିତ ଅଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏକ ଟୁଇଟ୍‌କୁ ରିଟୁଇଟ୍‌ କରି ଶାହା ଏହି ମନ୍ତବ୍ୟ ଦେଇଛନ୍ତି।

Share