Categories: ଜାତୀୟ

ନୂଆ ସଂସଦ ଭବନର ଉଦ୍‌ଘାଟନକୁ ବର୍ଜନ କରିବା ପ୍ରସଙ୍ଗ: ରାହୁଲଙ୍କ ଉପରେ ବର୍ଷିଲେ ଅନୁରାଗ ଠାକୁର

ନୂଆଦିଲ୍ଲୀ,୨୭।୫: ନୂଆ ସଂସଦ ଭବନର ଉଦ୍‌ଘାଟନ ନେଇ କେନ୍ଦ୍ର ଓ ବିରୋଧୀଙ୍କ ମଧ୍ୟରେ ତିକ୍ତତା ଲାଗି ରହିଛି। ଏହି ସମୟରେ କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ନେତା ଅନୁରାଗ ଠାକୁର ଶନିବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲ ଗାନ୍ଧୀଙ୍କ ନାମ ନ ନେଇ ଭାଜପା ନେତା ଅନୁରାଗ ଠାକୁର କହିଛନ୍ତି, ଗୋଟିଏ ଦିନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂତନ ସଂସଦ ଭବନର ଉଦ୍‌ଘାଟନ କରିବେ। ହେଲେ ଏକ ଭିନ୍ନ କଥା ହେଉଛି ଯେ କିଛି ଲୋକଙ୍କୁ ସଂସଦକୁ ଆସିବା ବନ୍ଦ କରାଯାଇଥିଲା। କେବେ ସେମାନେ ସଂସଦକୁ ନ ଚଳାଇବା ପାଇଁ ବାହାନା ଖୋଜୁଥିଲେ, ଆଜି ସେମାନେ ବର୍ଜନ କରି ଅପମାନଜନକ କାର୍ଯ୍ୟ କରୁଛନ୍ତି। ୨୧ଟି ଦଳ ନୂତନ ସଂସଦ ଭବନର ଉଦ୍‌ଘାଟନୀ ସମାରୋହକୁ ବର୍ଜନ ଘୋଷଣା କରିଛନ୍ତି। କଂଗ୍ରେସ, ଟିଏମ୍‌ସି, ଡିଏମକେ, ଜନତା ଦଳ ୟୁନାଇଟେଡ, ଆମ ଆଦମୀ ପାର୍ଟି, ଜାତୀୟତାବାଦୀ କଂଗ୍ରେସ ପାର୍ଟି, ଶିବସେନା, ସମାଜବାଦୀ ପାର୍ଟି, ରାଷ୍ଟ୍ରିୟ ଜନତା ଦଳ, ଭାରତର କମ୍ୟୁନିଷ୍ଟ ପାର୍ଟି ଆଦି ଦଳ ବର୍ଜନ କରିବାକୁ ଘୋଷଣା କରିଛନ୍ତି।

Share