Categories: ଜାତୀୟ

ସକାଳ ସାଢେ ସାତଟାରୁ ପୂଜାରୁ ଆରମ୍ଭ ହେବ ସଂସଦ ଭବନ ଉଦଘାଟନ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୨୫।୫: ନୂଆ ସଂସଦ ଭବନର ଉଦଘାଟନ ୨୮ ମେ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କରାଯିବ। ପ୍ରଧାନମନ୍ତ୍ରୀ ଏହାର ଉଦଘାଟନ ଦିନ ୧୨ଟାରେ କରିବାର କାର୍ଯ୍ୟକ୍ରମ ରହିଛି। ହେଲେ ଏହା ପୂର୍ବରୁ ସକାଳ ୭ଟାରେ ପୂଜାପୂଜି କାର୍ଯ୍ୟକ୍ରମ ଆରମ୍ଭ ହୋଇଯିବ। ସକାଳ ସାଢେ ୭ଟାରୁ ସାଢେ ୮ଟା ପର୍ଯ୍ୟନ୍ତ ପୂଜା କରାଯିବ। ପୂଜା ପାଇଁ ପଣ୍ଡାଲ ଗାନ୍ଧୀଙ୍କ ମୂର୍ତ୍ତି ନିକଟରେ ଲାଗିବ।
ଏହି ପୂଜାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୋକ ସଭା ସ୍ପିକର ଓମ ବିର୍ଲା, ରାଜ୍ୟ ସଭା ଡେପୁଟି ଚେୟାରମ୍ୟାନଙ୍କ ସମେତ କେତେଜଣ ମନ୍ତ୍ରୀ ଉପସ୍ଥିତ ରହିବେ। ଏହାପରେ ସକାଳ୮ଟା ୩୦ରୁ ୯ଟା ମଧ୍ୟରେ ଲୋକ ସଭା ଭିତରେ ସେଙ୍ଗୋଲ ସ୍ଥାପନ କରାଯିବ। ସକାଳ ୯ଟା ୩୦ରେ ଏକ ପ୍ରାର୍ଥନା ସଭା ହେବ, ଏହି ପ୍ରାର୍ଥନା ସଭାରେ ଶଙ୍କରାଚାର୍ଯ୍ୟଙ୍କ ସମେତ ବହୁ ବିଦ୍ୱାନ ପଣ୍ଡିତ ଏବଂ ସାଧୁ ଉପସ୍ଥିତ ରହିବେ। ଏହା ବ୍ୟତୀତ ଆଦି ଶିବ ଏବଂ ଆଦି ଶଙ୍କରାଚାର୍ଯ୍ୟଙ୍କୁ ପୂଜା କରିବାର ସମ୍ଭାବନା ମଧ୍ୟ ରହିଛି।

ସକାଳେ ପୂଜା ଓ ହବନ ପରେ, ଦ୍ୱିତୀୟ ପର୍ଯ୍ୟାୟର କାର୍ଯ୍ୟକ୍ରମ ମଧ୍ୟାହ୍ନ ୧୨ଟାରୁ ଆରମ୍ଭ ହେବ। ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ଜାତୀୟ ସଂଗୀତ ସହିତ ଆରମ୍ଭ ହେବ। ଏହି ଅବସରରେ ଦୁଇଟି କ୍ଷୁଦ୍ର ଚଳଚ୍ଚିତ୍ରର ସ୍କ୍ରିନିଂ ମଧ୍ୟ କରାଯିବ। ଏହାପରେ ରାଜ୍ୟ ସଭାର ଡେପୁଟି ଚେୟାରମ୍ୟାନ ଉପରାଷ୍ଟ୍ରପତି ଏବଂ ରାଷ୍ଟ୍ରପତିଙ୍କ ବାର୍ତ୍ତା ପଢିବେ। ଏହି ଅବସରରେ ରାଜ୍ୟ ସଭାରେ ବିରୋଧୀ ଦଳର ନେତାଙ୍କର ମଧ୍ୟ ସମ୍ବୋଧିତ ରହିବ।

ଏହି ଅବସରରେ ଏକ ମୁଦ୍ରା ଏବଂ ଷ୍ଟାମ୍ପ ମଧ୍ୟ ପ୍ରକାଶ ପାଇବ। ଶେଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିବେ ଏବଂ ଏହା ସହ ସେ ନୂଆ ସଂସଦ ଭବନର ଉଦଘାଟନ କରିବେ। ଏହି କାର୍ଯ୍ୟକ୍ରମ ଦିନ ପ୍ରାୟ ୨ରୁ ୨ଟା ୩୦ ମଧ୍ୟରେ ଏହି ଶେଷ ହେବ।

Share