Categories: ଜାତୀୟ

‘ନୂଆ ସଂସଦ ଭବନ ଉଦ୍‌ଘାଟନୀରେ କାହିଁକି ସାମିଲ ହେବେନି ରାଷ୍ଟ୍ରପତି’,ପ୍ରଧାନମନ୍ତ୍ରଙ୍କୁ କମଲ ହାସନଙ୍କ ପ୍ରଶ୍ନ

ନୂଆଦିଲ୍ଲୀ,୨୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ନୂଆ ସଂସଦ ଭବନର ଉଦ୍‌ଘାଟନ କରିବେ। ତେବେ ଏହି ଉଦ୍‌ଘାଟନୀ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କାହିଁକି ସାମିଲ ହେବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶ୍ନ କରିଛନ୍ତି ମକ୍କଲ ନିଧି ମୟମ (ଏମ୍‌ଏନ୍‌ଏମ୍‌) ମୁଖ୍ୟ ତଥା ଅଭିନେତା କମଲ ହାସନ।

ଅନେକ ବିରୋଧୀ ଦଳ ଉଦ୍‌ଘାଟନୀ ସମାରୋହକୁ ବର୍ଜନ କରିବାକୁ ଘୋଷଣା କରିଛନ୍ତି। କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ଦାବି କରିଛନ୍ତି ଯେ, ନୂତନ ସଂସଦକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦ୍‌ଘାଟନ କରିବା ଉଚିତ୍‌। ଏହି ସମୟରେ କମଲ ହାସନ କହିଛନ୍ତି ଯେ ରାଷ୍ଟ୍ରୀୟ ଗୌରବର ଏହି ମୁହୂର୍ତ୍ତ ରାଜନୈତିକ ସ୍ତରରେ ବିଭେଦ ସୃଷ୍ଟି କରିଛି। ମୁଁ ପ୍ରଧାନମନ୍ତ୍ରୀଙ୍କୁ ଏକ ସରଳ ପ୍ରଶ୍ନ ପଚାରୁଛି, ଦୟାକରି ଦେଶକୁ କୁହନ୍ତୁ, ଭାରତର ରାଷ୍ଟ୍ରପତି ନୂତନ ସଂସଦର ଉଦ୍‌ଘାଟନୀ ଉତ୍ସବରେ କାହିଁକି ଯୋଗ ଦେବା ଉଚିତ୍‌ ନୁହେଁ? କମଲ ହାସନ ଆହୁରି ମଧ୍ୟ କହିଛନ୍ତି, ଦେଶର ମୁଖ୍ୟ ଭାବରେ ଭାରତର ରାଷ୍ଟ୍ରପତି ଏହି ଐତିହାସିକ ମୁହୂର୍ତ୍ତରେ ସାମିଲ ହେବା ଉଚିତ୍‌।

Share