Categories: ଜାତୀୟ

ଚାରିପଟୁ କରତାଳି ସହ ମୋଦି ମୋଦି ଗୁଞ୍ଜରଣରେ ନୂଆ ସଂସଦ ଭବନରେ ଗ୍ରାଣ୍ଡ ଏଣ୍ଟ୍ରି କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୮।୫: ନୂଆ ସଂସଦ ଭବନରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜୋରଦାର ସ୍ବାଗତ କରାଯାଇଛି। ଏମପିମାନେ କରତାଳି ମାଧ୍ୟମରେ ମୋଦିଙ୍କୁ ସ୍ବାଗତ କରିଛନ୍ତି। ଚାରି ପଟରୁ ‘ଭାରତ ମାତା କି ଜୟ’ ଓ ‘ମୋଦି ମୋଦି’ ଗୁଞ୍ଜରଣ ଶୁଭିବା ସହ ବହୁ ଏମପି ଓ ମୁଖ୍ୟମନ୍ତ୍ରୀମାନେ ମୋଦିଙ୍କୁ ଜୋରଦାର ସ୍ବାଗତ କରିଥିଲେ। କରତାଳିର ଶବ୍ଦ ଯେମିତି କମ ହେଉ ନ ଥିଲା।

ସୂଚନାଯୋଗ୍ୟ, ନୂଆ ସଂସଦ ଭବନରେ ପୂଜା କରିବା ପରେ ପ୍ରଧାନମନ୍ତ୍ରୀ ବାଚସ୍ପତିଙ୍କ ଚେୟାର ପାଖରେ ଲୋକ ସଭା ଚାମ୍ବରରେ ‘ସେଙ୍ଗୋଲ’ ସ୍ଥାପନ କରିଥିଲେ। ସେ ଏହା ଆଗରେ ପ୍ରଣାମ କରି ତାମିଲନାଡୁର ସମସ୍ତ ମନ୍ଦିରର ଆଶୀର୍ବାଦ ଲୋଡିଥିଲେ। ଏହି ସମୟରେ ସେ ତାମିଲନାଡୁର ବିଭିନ୍ନ ପୁରୋହିତଙ୍କ ଆଶୀର୍ବାଦ ମଧ୍ୟ ନେଇଥିଲେ।

Share