Categories: ଜାତୀୟ

ନିର୍ମାଣ ହେବ ନୂଆ ସଂସଦ ଭବନ: ଦୌଡ଼ରେ ୭ କମ୍ପାନୀ

ନୂଆଦିଲ୍ଲୀ, ୧୫।୭: ଭାରତର ନୂଆ ସଂସଦ ଭବନ ନିର୍ମାଣ କରାଯିବ। ଏଥିପାଇଁ ଦୌଡ଼ରେ ୭ଟି କମ୍ପାନୀ ରହିଛନ୍ତି। ସେସବୁ କମ୍ପାନୀ ମଧ୍ୟରେ ଉତ୍ତରପ୍ରଦେଶ ସରକାରୀ ନିଗମ ଲିମିଟେଡ୍‌, ଟାଟା ପ୍ରୋଜେକ୍ଟ ଲିମିଟେଡ୍‌, ଲାର୍ସନ୍‌ ଆଣ୍ଡ ଟୁବ୍ରୋ ଲିମିଟେଡ୍‌, ଆଇଟିଡି ସିମେଣ୍ଟଶନ୍‌ ଇଣ୍ଡିଆ ଲିମିଡେଟ୍‌, ଏନସିସି ଲିମିଟେଡ୍‌, ଶପୁରଜି ପଲୋନଜି ଆଣ୍ଡ କମ୍ପାନୀ ପ୍ରାଇଭେଟ୍‌ ଲିମିଟେଡ୍‌, ପିଏସ୍‌ପି ପ୍ରୋଜେକ୍ଟସ୍‌ ଲିମିଟେଡ୍‌ ଆଦି ରହିଛନ୍ତି। ଏନେଇ କେନ୍ଦ୍ରୀୟ ଲୋକ ନିର୍ମାଣ ବିଭାଗର ଅନ୍‌ଲାଇନ୍‌ ଟେଣ୍ଡର ପୋର୍ଟାଲରେ ଉଲ୍ଲେଖ କରାଯାଇଛି। ନୂଆ ସଂସଦ ଭବନ ନିର୍ମାଣ କାର୍ଯ୍ୟ ୨୧ ମାସରେ ସମ୍ପୂର୍ଣ୍ଣ ହେବାର ଯୋଜନା କରାଯାଇଛି। ଏଥିପାଇଁ ୮୮୯ କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ ହୋଇଛି। ଏହାର ନିର୍ମାଣ ପାର୍ଲାମେଣ୍ଟ୍‌ ହାଉସ୍‌ ପରିସରରେ ପ୍ଲଟ୍‌ ନମ୍ବର ୧୧୮ରେ କରାଯିବ। ୬୦ ହଜାର ବର୍ଗ ମିଟର ଅଞ୍ଚଳରେ ନୂଆ ସଂସଦ ଭବନର ନିର୍ମାଣ କରାଯିବ ବୋଲି ଯୋଜନା କରାଯାଇଛି।

Share