Categories: ଜାତୀୟ

ସଂସଦ ଭବନର ଉଦ୍‌ଘାଟନୀକୁ ରାଜ୍ୟାଭିଷେକ ବୋଲି ଭାବୁଛନ୍ତି ପ୍ରଧାନମନ୍ତ୍ରୀ: ରାହୁଲ

ନୂଆଦିଲ୍ଲୀ,୨୮।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ନୂଆ ସଂସଦ ଭବନର ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ କଂଗ୍ରେସ ସମେତ ୧୯ ଦଳ ବିରୋଧ କରିଛନ୍ତି। ତେବେ ଉଦ୍‌ଘାଟନ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରି କହିଛନ୍ତି ଯେ, ସଂସଦ ଭବନର ଉଦ୍‌ଘାଟନକୁ ପ୍ରଧାନମନ୍ତ୍ରୀ ରାଜ୍ୟାଭିଷେକ ବୋଲି ଭାବୁଛନ୍ତି।
ସଂସଦ ଉଦ୍‌ଘାଟନ ପରେ ରାହୁଲ ଗାନ୍ଧୀ ଏକ ଟୁଇଟ୍‌ କରିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି, ସଂସଦ ଲୋକଙ୍କର ସ୍ବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦ ଭବନର ଉଦ୍‌ଘାଟନକ ରାଜ୍ୟାଭଷେକ ବୋଲି ଭାବୁଛନ୍ତି। ସୂଚନାଯୋଗ୍ୟ, ନୂଆ ସଂସଦ ଭବନ ପ୍ରଧାନମନ୍ତ୍ରୀ ନୁହେଁ ରାଷ୍ଟ୍ରପତି ଉଦ୍‌ଘାଟନ କରିବା ଉଚିତ୍‌ ବୋଲି କଂଗ୍ରେସ ଦାବି କରିଥିଲା।

 

Share