Categories: ଜାତୀୟ

ଧର୍ମାନ୍ତରୀକରଣ ନେଇ ନୂଆ ଆବେଦନ: ୫ ଜଣିଆ ପୀଠରେ ବିଚାର ପାଇଁ ଦାବି…

ନୂଆଦିଲ୍ଲୀ,୩୦।୧ : ଧର୍ମାନ୍ତରୀକରଣ ମାମଲାରେ ସୁପ୍ରିମକୋର୍ଟରେ ଏକ ନୂତନ ଆବେଦନ ଦାଖଲ କରାଯାଇଛି। ଏଥିରେ ବାଧ୍ୟତାମୂଳକ ଧର୍ମାନ୍ତରୀକରଣ ଅଭିଯୋଗ ସହ ଜଡିତ ମାମଲାଗୁଡ଼ିକୁ ପାଞ୍ଚ ଜଣିଆ ଖଣ୍ଡପୀଠକୁ ପଠାଇବାକୁ ଦାବି କରାଯାଇଛି।

ପ୍ରଧାନ ବିଚାରପତି ଡି.ଓ୍ବାଇ.ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ୩ ଜଣିଆ ଖଣ୍ଡପୀଠ  ଦେଶର କେତେକ ରାଜ୍ୟରେ ହୋଇଥିବା ଧର୍ମାନ୍ତରୀକରଣ ମାମଲାର ବିଚାର କରିବେ। ଏନେଇ ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟଙ୍କ ଦ୍ୱାରା ଏହି ନୂତନ ଆବେଦନ କରାଯାଇଛି। ସେ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛନ୍ତି ଯେ ଏହି ଆବେଦନଗୁଡିକ ଏକ ବୃହତ ବେଞ୍ଚକୁ ପଠାନ୍ତୁ ଏବଂ ଏଥିରେ ଆଇନଗତ ଅନେକ ପ୍ରଶ୍ନ ରହିଛି। ଏଥିରେ ସମ୍ବିଧାନର ବ୍ୟାଖ୍ୟା ଆବଶ୍ୟକ ହୋଇପାରେ।

Share