ସାମ୍ନାକୁ ଆସିଲା ଅଯୋଧ୍ୟା ରାମମନ୍ଦିରର ନୂଆ ଫଟୋ

ଅଯୋଧ୍ୟା,୧୮ା୮: ଅଯୋଧ୍ୟା ରାମମନ୍ଦିରର ପ୍ରଥମ ମହଲାର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ଏବଂ ବର୍ତ୍ତମାନ ଦ୍ୱିତୀୟ ମହଲାର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଟୁଇଟରରେ ନିର୍ମାଣର ସୁନ୍ଦର ଫଟୋ ଶେୟାର କରିଛନ୍ତି। ତେବେ ଜାନୁୟାରୀ ୨୦୨୪ ସୁଦ୍ଧା ପ୍ରଭୁ ରାମଚନ୍ଦ୍ର ଏହି ମନ୍ଦିରରେ ଉପବିଶନ ହେବେ।

କେଶବ ପ୍ରସାଦ ମୌର୍ଯ୍ୟ ହେଲିକପ୍ଟରରୁ ନିଆଯାଇଥିବା ଫଟୋଗୁଡ଼ିକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏଥିରେ ଅଯୋଧ୍ୟା ଧାମର ଶ୍ରୀ ରାମ ଜନ୍ମଭୂମି ମନ୍ଦିରର ଦ୍ୱିତୀୟ ମହଲାରେ ଦ୍ରୁତ ଗତିରେ ନିର୍ମାଣ କାର୍ଯ୍ୟର ଝଲକ ଦେଖିବାକୁ ମିଳିଛି।

ମନ୍ଦିରର ଅନ୍ୟାନ୍ୟ ଅଂଶର ନିର୍ମାଣ କାର୍ଯ୍ୟ ଜାରି ରହିବ। ଏହା ସହିତ ମନ୍ଦିର ଚାରିପାଖରେ ଏକ କରିଡର ବି ନିର୍ମାଣ କରାଯିବ।

କୁହାଯାଉଛି, ମନ୍ଦିରର ଗର୍ଭଗୃହର ଖୋଦନ ଏତେ ଆକର୍ଷଣୀୟ ଯେ, ଏହା ସମସ୍ତଙ୍କୁ ଆକର୍ଷିତ କରିବ। ମନ୍ଦିର ନିର୍ମାଣ ପାଇଁ କର୍ନାଟକ ଏବଂ ରାଜସ୍ଥାନରୁ ସ୍ବତନ୍ତ୍ର ପଥର ଅଣାଯାଇଛି। ଘରେ ବସି ମଧ୍ୟ ଭକ୍ତମାନେ ପ୍ରଭୁ ରାମଚନ୍ଦ୍ରଙ୍କ ମନ୍ଦିରର ସୁନ୍ଦର ଫଟୋ ଦେଖିପାରିବେ।

Share