ରିଲିଜ ହେଲା ‘ଆଦିପୁରଷ’ର ନୂଆ ପୋଷ୍ଟର, ଜବରଦସ୍ତ ଅନ୍ଦାଜରେ ନଜର ଆସିଲେ ପ୍ରଭାସ

ମୁମ୍ବାଇ: ସାଉଥ ସୁପରଷ୍ଟାର ପ୍ରଭାସ ଓ କ୍ରିତି ସାନନଙ୍କ ଷ୍ଟାରର ମୁଭି ‘ଆଦିପୁରୁଷ’ ୩ଡିରେ ନିର୍ମାଣ କରାଯାଉଛି। ଏହାସହ ଏଥିରେ ଭିଏଫଏକ୍ସ, ସ୍ପେଶାଲ ଇଫେକ୍ସର କାମ ବହୁତ କରାଯାଇଛି। ଏହି ମୁଭିକୁ ପ୍ରଥମେ ଅଗଷ୍ଟ ୨୦୨୨ରେ ରିଲିଜ କରିବାର ଟାର୍ଗେଟ ରଖାଯାଇଥିଲା। ହେଲେ ଏହା ରିଲିଜ ହୋଇପାରିଲା ନାହିଁ। ଗତବର୍ଷ ବିଜୟା ଦଶମୀରେ ଫିଲ୍ମର ଟିଜର ଟ୍ରେଲର ଶେୟାର କରାଯାଇଥିଲା। ହେଲେ ଦର୍ଶକଙ୍କୁ ଫିଲ୍ମରେ ସ୍ପେଶାଲ ଇଫେକ୍ଟସର କାମ ପସନ୍ଦ ଆସି ନ ଥିଲା। ବହୁତ ଲୋକେ ଏହାକୁ କାର୍ଟୁନ ଫିଲ୍ମ ଭଳି କହି ସୋସିଆଲ ମିଡିଆରେ ଟ୍ରୋଲ କରିଥିଲେ।
ଟିଜରରେ ଫିଲ୍ମର ରିଲିଜ ଡେଟ ୧୨ ଜାନୁୟାରୀ ୨୦୨୩ ଆନାଉନ୍ସ କରାଯାଇଥିଲା। ହେଲେ ଟିଜରକୁ ଭଲ ପ୍ରତିକ୍ରିୟା ନ ମିଳିବାରୁ ନିର୍ମାତା ପୁଣିଥରେ ଫିଲ୍ମର ରିଲିଜ ଡେଟକୁ ଘୁଞ୍ଚାଇ ଦେଇଥିଲେ। ଏବେ ଅକ୍ଷୟ ତୃତୀୟା ଅବସରରେ ‘ଆଦିପୁରୁଷ’ର ନୂଆ ମୋଶନ ପୋଷ୍ଟର ରିଲଜ କରାଯାଇଛି। ଏହାସହ ଫିଲ୍ମର ପ୍ରମୋଶନ କ୍ୟାମ୍ପେନ ବି ଆରମ୍ଭ ହୋଇଯାଇଛି। ପ୍ରଭୁ ଶ୍ରୀରାମଙ୍କ ରୂପରେ ଦେଖାଯାଉଥିବା ସୁପରଷ୍ଟାର ପ୍ରଭାସ, ଧନୁରେ ତୀର ଚଢାଇ ଇଣ୍ଟେଂସ ଲୁକରେ ଦେଖାଯାଇଛନ୍ତି। ତାଙ୍କ ପଛରେ ‘ଆଦିପୁରଷ’ର ‘ଜୟ ଶ୍ରୀରାମ’ବ୍ୟାକଗ୍ରାଉଣ୍ଡ ସ୍କୋର ଚାଲୁଛି। ଏହାକୁ ମ୍ୟୁଜିକ କମ୍ପୋଜର ଅଜୟ ଅତୁଲ କମ୍ପୋଜ କରିଛନ୍ତି। ଏହି ଗୀତକୁ ଲେଖିଛନ୍ତି ବଲିଉଡର ଜଣାଶୁଣା ଲିରିସିଷ୍ଟ ମନୋଜ ମୁଂତଶିର।

Share