Categories: ବାଣିଜ୍ୟ

ବିଓଆଇ ମହାନଦୀ ବିହାର ଶାଖାର ନୂତନ ପରିସର

ଭୁବନେଶ୍ୱର, ୨୪।୯: ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ବିଓଆଇ)ର ଭୁବନେଶ୍ୱର ଅଞ୍ଚଳ ଅଧୀନ ମହାନଦୀ ବିହାର ଶାଖାର ନୂତନ ପରିସର ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି ଏହି ଶାଖା ପୂର୍ବରୁ ଶିଖରପୁରସ୍ଥିତ ପ୍ରଧାନ ଟ୍ରାନ୍ସପୋର୍ଟ ବିଲ୍ଡିଂରେ କାର୍ଯ୍ୟକ୍ଷମ ଥିଲା। ବିଶେଷକରି ଗ୍ରାହକମାନଙ୍କୁ ଉତ୍ତମ ବ୍ୟାଙ୍କିଙ୍ଗ୍‌ ସେବା ଯୋଗାଇଦେବା ପାଇଁ ଉକ୍ତ ଶାଖାକୁ କଟକର ମହାନଦୀ ବିହାରକୁ ସ୍ଥାନାନ୍ତର କରାଯାଇଛି ବୋଲି ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଏନ୍‌ବିଜି ଓଡ଼ିଶାର ମହାପ୍ରବନ୍ଧକ ବିକ୍ରମ କେଶରୀ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ଅଞ୍ଚଳର ଆଞ୍ଚଳିକ ପ୍ରବନ୍ଧକ ଏସ୍‌.ମଳୟ ଦାସ, ଉପ ଆଞ୍ଚଳିକ ପ୍ରବନ୍ଧକ ଅଶୋକ କୁମାର ଜେନା, ଏନ୍‌ବିଜି ଓଡ଼ିଶାର ସହାୟକ ମହାପ୍ରବନ୍ଧକ ନବଦ୍ୱୀପ ମହାନ୍ତି ଏବଂ ଆଞ୍ଚଳିକ କାର୍ଯ୍ୟାଳୟର କର୍ମଚାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଅପରପକ୍ଷରେ ବିକ୍ରମ କେଶରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ସ୍ବତନ୍ତ୍ର ସଭାର ଆୟୋଜନ କରାଯାଇଥିଲା।

Share