Categories: ବାଣିଜ୍ୟ

ଆମ୍‌ୱେ ଇଣ୍ଡିଆର ନୂତନ ଉତ୍ପାଦ

ଭୁବନେଶ୍ୱର,୧୮।୧୨: ଆମ୍‌ୱେ ଇଣ୍ଡିଆର ନୂତନ ଉତ୍ପାଦ ‘ଅଲ ନ୍ୟୁ ଗ୍ଲିଷ୍ଟର ମଲ୍‌ଟି ଆକ୍ସନ ଟୁଥ୍‌ପେଷ୍ଟ’ ନିକଟରେ ସର୍ବଭାରତୀୟ ସ୍ତରରେ ଶୁଭାରମ୍ଭ ହୋଇଯାଇଛି।
ଏ ସମ୍ପର୍କରେ ଆମ୍‌ୱେ ଇଣ୍ଡିଆର ସିଏମଓ ଅଜୟ ଖାନ୍ନା କହିଥିଲେ, ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ ୯୫%ରୁ ଅଧିକ ଭାରତୀୟ ବୟସ୍କ ନାଗରିକ ଦନ୍ତ କ୍ଷୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେହି ସମୟରେ ୫୦%ରୁ ଅଧିକ ମାଢିଜନିତ ସମସ୍ୟା, ଦାନ୍ତର ସମ୍ବେଦନଶୀଳତା ଏବଂ ନିଃଶ୍ୱାସରେ ଦୁର୍ଗନ୍ଧ ଆଦି ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ଆମେ ଏକ ପୂର୍ଣ୍ଣାଙ୍ଗ କଲ୍ୟାଣକୁ ବର୍ଦ୍ଧିତ ଭାବେ ରୂପାନ୍ତରିତ ହେଉଥିବାବେଳେ ଆମ୍‌ୱେର ଅନ୍ୟତମ ସର୍ବାଧିକ ବିକ୍ରି ହେଉଥିବା ବ୍ରାଣ୍ଡ ଗ୍ଲିଷ୍ଟର ବିଶ୍ୱବ୍ୟାପୀ ନିୟୁତ ନିୟୁତ ଗ୍ରାହକଙ୍କର ବିଶ୍ୱାସଭାଜନ ହୋଇଛି ଏବଂ ମୁଖ ଗହ୍ବର ଯନତ୍କୁ ଏକ ପ୍ରଶସ୍ତ ରୂପାନ୍ତରଣ ସହିତ ସମନ୍ବିତ କରିବା ପ୍ରୟାସକୁ ସଗର୍ବେ ଆଗେଇ ନେଉଛି। ସ୍ବାସ୍ଥ୍ୟ ଓ କଲ୍ୟାଣର ବିଶାଳ ପ୍ରସଙ୍ଗରେ ମୁଖ ଗହ୍ବର ଯନତ୍ ଏକ ସୂତ୍ର ଭାବେ ବିବେଚିତ ହେଉଛି, ଯାହା ଆମ ଜୀବନର ପ୍ରତ୍ୟେକ ଦିଗ ସହିତ ଅତି ନିବିଡ ଭାବେ ଜଡିତ ଏବଂ ଏହା ଆମର ସାମଗ୍ରିକ କଲ୍ୟାଣର ଅବିଚ୍ଛେଦ୍ୟ ଅଙ୍ଗ ଭାବେ କାର୍ଯ୍ୟ କରୁଛି।

Share