Categories: ବାଣିଜ୍ୟ

ନିବାଭ୍‌ର ନୂତନ ଉତ୍ପାଦ

ଭୁବନେଶ୍ୱର,୧୬।୯ (ଅଭୟ ଦାଶ): ଭାରତର ସର୍ବବୃହତ ଘରୋଇ ଲିଫ୍ଟ ବ୍ରାଣ୍ଡ୍‌ ନିବାଭ୍‌ ଲିଫ୍ଟର ନୂତନ ଉତ୍ପାଦ ‘ନିବାଭ୍‌ ସିରିଜ୍‌-୪ ହୋମ୍‌ ଲିଫ୍ଟ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଅତ୍ୟାଧୁନିକ ଜ୍ଞାନକୌଶଳ ଓ ଅସାଧାରଣ ଡିଜାଇନ୍‌ ସହିତ ସମନ୍ବିତ ଏହି ଲିଫ୍ଟ ଭୁବନେଶ୍ୱରର ଘର ମାଲିକମାନଙ୍କୁ ବିଳାସପୂର୍ଣ୍ଣ ଅନୁଭୂତି ପ୍ରଦାନ କରିବ। ସେହିଭଳି ନିବାଭ୍‌ ସିରିଜ୍‌ ୪ ହୋମ୍‌ ଲିଫ୍ଟ୍‌ର ଏଆଇ-ସକ୍ଷମ କେବିନ୍‌ ଡିସପ୍ଲେ, ଇଣ୍ଟେଞ୍ଜେଟିଭ୍‌ ଏଲ୍‌୍‌ପି ଡିସ୍ପ୍ଲେ ଏବଂ ଠିକ୍‌ ନେଭିଗେଶନ୍‌ ଏବଂ କୋମଳ ଅବତରଣ ପାଇଁ ଲିଡାର ୨.୦ ଟେକ୍ନୋଲୋଜି ଭଳି ଅତ୍ୟାଧୁନିକ ବୈଶିଷ୍ଟ୍ୟ ସାମିଲ ରହିଛି। ଏ ସମ୍ପର୍କରେ ନିବାଭ ଲିଫ୍ଟସର ସିଇଓ ତଥା ପ୍ରତିଷ୍ଠାତା ବିମଲ ବାବୁ କହିଛନ୍ତି, ଭୁବନେଶ୍ୱରର ଘର ମାଲିକଙ୍କ ନିକଟରେ ଆମର ଏହି ଅତ୍ୟାଧୁନିକ ଉଦ୍ଭାବନକୁ ପରିଚିତ କରାଇ ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଆମର ସିରିଜ୍‌ ୪ ହୋମ୍‌ ଲିଫ୍ଟଗୁଡିକ ଅତୁଳନୀୟ ବିଳାସ ଏବଂ ସୁବିଧା ସହିତ ଆପଣଙ୍କ ରହଣି ଅନୁଭୂତିକୁ ବଢ଼ାଇବା ପାଇଁ ପ୍ରସ୍ତୁତ କରାଯାଇଛି। ବିଶେଷକରି ଆମର ନୂଆ ସିରିଜ୍‌ ୪ହୋମ୍‌ ଲିଫ୍ଟ ସହିତ ଆମେ ଦୁଇଟି ପ୍ରମୁଖ ଉପାଦାନ ଟେକ୍ନୋଲୋଜି ଏବଂ ଡିଜାଇନ୍‌ ଉପରେ ଧ୍ୟାନ ଦେଇଛୁ, ଯାହା ଏହାକୁ ଘରର ଆଭ୍ୟନ୍ତରୀଣ ଅଂଶରେ ଏକ ବିବୃତି ସଂଯୋଗ କରିଥାଏ।

Share