Categories: ବାଣିଜ୍ୟ

ୱେଷ୍ଟର୍ନ ଡିଜିଟାଲର ନୂତନ ଉତ୍ପାଦ

ଭୁବନେଶ୍ୱର, ୧୪।୧୦: ୱେଷ୍ଟର୍ନ ଡିଜିଟାଲର ନୂତନ ଉତ୍ପାଦ ‘୨୨ ଟିବି’କୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ବିଶେଷକରି ସ୍ମାର୍ଟ ଭିଡିଓ ସିସିଟିଭି ମାଧ୍ୟମରେ ଦକ୍ଷ ଟ୍ରାଫିକ ପରିଚାଳନା ପାଇଁ କେନ୍ଦ୍ରୀୟ ସଂରକ୍ଷଣ ଲାଗି ଏଚ୍‌ଡିଡି ପରି ଷ୍ଟୋରେଜ ସମାଧାନକୁ ପ୍ରାଥମିକତା ଦେବା ଆବଶ୍ୟକ ରହିଥିବାବେଳେ ୱେଷ୍ଟର୍ନ ଡିଜିଟାଲ ପର୍ପଲ ଟିମ୍‌ ପ୍ରୋ ଦ୍ୱାରା ବିକଶିତ ୩.୫ ସର୍ଭଲାଇନ୍ସସ ଏଚ୍‌ଡିଡି (ହାର୍ଡ ଡିକ୍ସ ଡ୍ରାଇଭ)ଗୁଡ଼ିକ ଏକ ଦୃଢ ସମାଧାନ ପ୍ରଦାନ କରିଥାଏ। ଉକ୍ତ ମଡେଲର ସିସିଟିଭିଗୁଡ଼ିକ ୨୪/୭ ମଲ୍‌ଟି ଷ୍ଟ୍ରିମ୍‌, ମଲ୍‌ଟି କ୍ୟାମେରା ବ୍ୟବହାର ଚାହିଦା ପୂରଣ କରିବା ଲାଗି ଡିଜାଇନ କରାଯାଇଛି। ଏହା ଦ୍ୱାରା ଜଟିଳ ଫୁଟେଜକୁ ଶୀଘ୍ର ପ୍ରବେଶ କରିବାକୁ ସକ୍ଷମ କରାଇଥାଏ। ଅପରପକ୍ଷରେ ୨୦୨୮ ସୁଦ୍ଧା ୨୦.୦୯% ସିଏଜିଆର ଲକ୍ଷ୍ୟ ସହିତ ଭାରତୀୟ ସିସିଟିଭି ବଜାର ବୃଦ୍ଧି କରୁଥିବାବେଳେ ମୋରଡୋର ଇଣ୍ଟେଲିଜେନ୍ସ ରିପୋର୍ଟ ଅନୁଯାୟୀ ସରକାର ସ୍ମାର୍ଟ ସିଟି ଓ ଦକ୍ଷ ଶାସନ ଉପରେ ଗୁରୁତ୍ୱ ଦେଉଛନ୍ତି। ତଥାପି ଉପରୋକ୍ତ ସିଷ୍ଟମରେ କାର୍ଯ୍ୟଦକ୍ଷତା ନିଶ୍ଚିତ କରିବା ଠିକ୍‌ ସଂରକ୍ଷଣ ସମାଧାନ ଉପରେ ନିର୍ଭର କରିଥାଏ।

Share